
ଅହମଦାବାଦ : କୋଭିଡ୍ ଦ୍ବିତୀୟ ଲହର ସଂକ୍ରମଣରେ ପୀଡ଼ିତମାନଙ୍କର ଫୁସଫୁସ୍ ମାତ୍ରାଧିକ କ୍ଷତିଗ୍ରସ୍ତ ହେଉଥିବା ଜଣାଯାଇଛି। ଏପରିକି ରୋଗୀଙ୍କ ଠାରେ କୌଣସି ଲକ୍ଷଣ ନଥାଇ ବି ସମ୍ପର୍କୀୟ ପଜିଟିଭ୍ ବାହାରିବାରୁ ସେ ନିଜେ ପରୀକ୍ଷା କଲା ବେଳକୁ କୋଭିଡ୍ ପଜିଟିଭ୍ ଆସୁଛି। ସଂପୃକ୍ତ ଲକ୍ଷଣବିହୀନ କୋଭିଡ୍ ପୀଡ଼ିତ ସିଟି ସ୍କାନ କଲାରୁ ତାଙ୍କ ଫୁସ୍ଫୁସ୍ର ୫୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ହୋଇ ସାରିଥିବା ଜଣାଯାଇଛି। ଏପରିକି ତାଙ୍କ ରକ୍ତରେ ଅମ୍ଳଜାନ ମାତ୍ରା ୮୫ ପ୍ରତିଶତକୁ ଖସି ଆସିଛି। ପରେ ପରେ ତାଙ୍କ ସମ୍ପର୍କୀୟଙ୍କର ମଧ୍ୟ ସିଟି ସ୍କାନ୍ କଲାରୁ ତାଙ୍କ ଫୁସ୍ଫୁସ୍ର ୬୦ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
ସିଟି ସ୍କାନ୍ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ବୋଲି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ଦେଇଥିବା ମନ୍ତବ୍ୟକୁ କେନ୍ଦ୍ର କରି ବିତର୍କ ଜାରି ରହିଥିବା ବେଳେ ଗୁଜରାଟର ଅହମଦାବାଦରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଏପରି ଲକ୍ଷଣବିହୀନ କୋଭିଡ୍ ପୀଡ଼ିତମାନେ ସିଟି ସ୍କାନ କରିବା ପାଇଁ ଧାଡ଼ି ଲଗାଇ ଚାଲିଛନ୍ତି। କାରଣ ଏହାଦ୍ବାରା ହିଁ ସଂକ୍ରମଣର ଅତିଶୟତା ତଥା ଫୁସଫୁସ୍ର ଅସଲ ସ୍ଥିତି ବାରି ହୋଇପଡ଼ିବ। ବିଶେଷ କରି ଏହି ଦ୍ବିତୀୟ ଲହର ସଂକ୍ରମଣରେ ମୁଖ୍ୟତଃ ଫୁସ୍ଫୁସ୍ ବେଶୀ କ୍ଷତିଗ୍ରସ୍ତ ହେଉଥିବାରୁ ଏପରି ସିଟି ସ୍କାନ୍ ହିଁ ଅନେକ ଜୀବନ ବଞ୍ଚାଇଦେଇପାରିବ ବୋଲି ଫୁସ୍ଫୁସ୍ ବିଶେଷଜ୍ଞ ଡା. ରାହୁଲ ଜୈନ ମତ ରଖିଛନ୍ତି। ଏଥର ଅନେକ ଯୁବରୋଗୀଙ୍କ ଠାରେ ଫୁସ୍ଫୁସ୍ର ମଧ୍ୟମରୁ ଅତିଶୟ ଧରଣର ସମସ୍ୟା ଦେଖିବାକୁ ମିଳୁଛି ବୋଲି ବରିଷ୍ଠ ବିକିରଣ ଚିକିତ୍ସକ ଡା. ହେମନ୍ତ ପଟେଲ କହିଛନ୍ତି।
The post ଫୁସ୍ଫୁସ୍ର ସାଂଘାତିକ କ୍ଷତି କରୁଛି ଦ୍ବିତୀୟ ଲହର ସଂକ୍ରମଣ first appeared on Sambad.from କରୋନା | Sambad https://ift.tt/2RBIEOk
0 Comments