ୱାସିଂଟନ୍: କୋଭିଡ୍‌-୧୯ର ଆଦ୍ୟ ସଂକ୍ରମଣ ବେଳେ ଯୁକ୍ତରାଷ୍ଟ୍ର ଆମେରିକାକୁ ସାହାଯ୍ୟ କରିବାକୁ ଭାରତ ସଦାସର୍ବଦା ପ୍ରସ୍ତୁତ ହୋଇ ରହିଥିବା କଥାକୁ ଆମେ କଦାପି ଭୁଲିବୁ ନାହିଁ ବୋଲି ଶୁକ୍ରବାର ଦିନ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲାଇଙ୍କେନ୍‌ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥର ଭାରତକୁ ସାହାଯ୍ୟ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ସର୍ବଦା ତତ୍ପର ରହିଛି ବୋଲି ଆମେ ସୁନିଶ୍ଚିତ କରାଇ ଦେଉଛୁ।

ଗତକାଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ତାଙ୍କର ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନି ବ୍ଲାଇଙ୍କେନ୍‌ ବିଭିନ୍ନ ପ୍ରସଙ୍ଗରେ ବ୍ୟାପକ ଆଲୋଚନା କରିବା ସହ କୋଭିଡ୍‌-୧୯ ଭଳି ସଙ୍କଟଜନକ ପରିସ୍ଥିତିରେ ଭାରତକୁ ସାହାଯ୍ୟ ସହଯୋଗ କରୁଥିବାରୁ ବାଇଡେନ୍‌ ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Image Courtesy of The Indian Express

ସମ୍ପ୍ରତି ଆମେରିକା ଗସ୍ତରେ ଥିବା ଜୟଶଙ୍କର ବୈଦେଶିକ ବିଭାଗରେ ଗଣମାଧ୍ୟମକୁ ଉଦ୍‌ବୋଧନ ଦେଇ କହିଲେ, ଆମେ ଅନେକ ପ୍ରସଙ୍ଗ ଆଲୋଚନା କରିବୁ। ସମୟ ଅତିବାହିତ ହେବା ସହ ଆମର ସମ୍ପର୍କ ମଧ୍ୟ ସୁଦୃଢ଼ ହେଉଛି। ମୋର ଅଖଣ୍ଡ ବିଶ୍ବାସ ଏ ସମ୍ବନ୍ଧ ଏମିତି ରହିଥିବ। ଆମେ ଅବସ୍ଥାରେ ଥିବା ବେଳେ ସହାଯ୍ୟ ସହଯୋଗ ଯୋଗାଇ ଥିବା ପ୍ରଶାସନ ପ୍ରତି ଆମେ କୃତଜ୍ଞ।

ବ୍ଲାଇଙ୍କେନ୍ ମଧ୍ୟ କହିଲେ ଯେ, ସାମ୍ପ୍ରତିକ ସମୟର ବହୁ ଗୁରୁତ୍ବପୂର୍ଣ୍ଣ ଚାଲେଞ୍ଜ୍ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତ ମିଳିତଭାବେ କାର୍ଯ୍ୟ କରୁଛନ୍ତି। ଏକତ୍ର କୋଭିଡ୍‌-୧୯କୁ ମୁକାବିଲା କରିବା ଲାଗି ଆମେ ସମ୍ମିଳିତ ହୋଇଛୁ। ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କ ଅତୀବ ଗୁରୁତ୍ବପୂର୍ଣ୍ଣ ଓ ଶକ୍ତ। ମୋର ମନେହୁଏ ଏ ସୁସମ୍ପର୍କ କ୍ରମଶଃ ଅଧିକ ଫଳପ୍ରସୁ ହେଉଛି।

The post ଆମେରିକାକୁ ସାହାଯ୍ୟ କରିବା ଲାଗି ଭାରତର ତତ୍ପରତାକୁ ଆମେ ଭୁଲିବୁ ନାହିଁ: ଆଣ୍ଟୋନି ବ୍ଲାଇଙ୍କେନ୍ first appeared on Sambad.

from କରୋନା | Sambad https://ift.tt/3vz4Esj