ବ୍ରିଟେନରେ ନୂଆ ମାମଲାର ୭୫% ଭାରତରେ ଠାବ ଭୂତାଣୁ

ନୂଆଦିଲ୍ଲୀ : ବ୍ରିଟେନରେ ଗତ ଏପ୍ରିଲ ପରଠାରୁ ପ୍ରଥମ ଥର ପାଇଁ ଦୁଇ ଦିନ ହେଲା ଦୈନିକ ୩୦୦୦ରୁ ଅଧିକ କରୋନା ମାମଲା ସାମ୍ନାକୁ ଆସୁଛି। ତେବେ ଏହି ନୂଆ ମାମଲାର ପ୍ରାୟ ୭୫ ପ୍ରତିଶତ ଭାରତରେ ପ୍ରଥମେ ଦେଖାଯାଇଥିବା ଭୂତାଣୁ ପ୍ରଜାତିର ବୋଲି କୁହାଯାଉଛି। ବି.୧.୭୧୭.୨ କରୋନା ଭୂତାଣୁ ପ୍ରଜାତି ଭାରତରେ ସଂକ୍ରମଣକୁ ବହୁଗୁଣିତ କରିଛି ଏବଂ ଏହି ପ୍ରଜାତି ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା। ବ୍ରିଟେନରେ ଏବେ ଦେଖାଦେଇଥିବା ନୂଆ କରୋନା ମାମଲାର ସଂଖ୍ୟାଧିକ ଏହି ପ୍ରଜାତି ଯୋଗୁ ବ୍ୟାପିଛି ବୋଲି ବ୍ରିଟେନରେ ରିପୋର୍ଟ ପ୍ରକାଶ ପାଇଛି।

ଏପ୍ରିଲ ମଧ୍ୟଭାଗରୁ ପ୍ରଥମ ଥର ପାଇଁ କ୍ରମାଗତ ଦ୍ବିତୀୟ ଦିନ ପାଇଁ ବ୍ରିଟେନରେ ୩୦୦୦ରୁ ଅଧିକ କରୋନା ମାମଲା ଦେଖାଦେଇଛି। ବ୍ରିଟେନରେ ଦେଖାଦେଇଥିବା ନୂଆ ମାମଲାରୁ ୭୫ ପ୍ରତିଶତ ମାମଲା ଚିନ୍ତଜନକ ପ୍ରଜାତିର ‌ବୋଲି କୁହାଯାଇଛି। ଉକ୍ତ ବି.୧.୬୧୭ ପ୍ରଜାତି ବିଶ୍ବରେ ଅତିକମ୍‌ରେ ୫୩ଟି ଦେଶକୁ ବ୍ୟାପିଛି ବୋଲି କୁହାଯାଇଛି। ଗତବର୍ଷ ଡିସେମ୍ବରରେ ଏହି ପ୍ରଜାତିର ଭୂତାଣୁ ଗତବର୍ଷ ଡିସେମ୍ବରରେ ପ୍ରଥମେ ଦେଖିବାକୁ ମିଳିଥିଲା। ଗତ କିଛିଦିନ ପର୍ଯ୍ୟନ୍ତ ଭାରତରେ ଦୈନିକ ଯେଉଁ ୪ ଲକ୍ଷରୁ ଅଧିକ ମାମଲା ଦେଖିବାକୁ ମିଳୁଥିଲା ତାହା ପଛରେ ଏହି ପ୍ରଜାତିର ଭୂତାଣୁ ରହିଥିବା କୁହାଯାଉଛି। ଆଙ୍ଗଲିଆ ବିଶ୍ବବିଦ୍ୟାଳୟର ପ୍ରଫେସର ପଲ ହଣ୍ଟରଙ୍କ କହିବାନୁଯାୟୀ ବି.୧.୬୧୭.୨ ପ୍ରଜାତିର ଭୂତାଣୁ ବି.୧.୬୧୭ ପ୍ରଜାତିରୁ ହିଁ ସୃ‌ଷ୍ଟି ହୋଇଛି। ବ୍ରିଟେନରେ ଦେଖାଯାଉଥିବା କରୋନା ମାମଲାରେ ଏହି ଭୂତାଣୁର ମାତ୍ରା ଅଧିକ। ବ୍ରିଟେନରେ କରୋନା ସଂକ୍ରମଣ ପୁଣି ବଢ଼ିବା ଦ୍ବାରା ସେଠାକାର ଅନଲକ୍ ପ୍ରକ୍ରିୟା ପୁଣି ବାଟବଣା ହେବା ଆଶଙ୍କା ରହିଛି।

The post ବ୍ରିଟେନରେ ନୂଆ ମାମଲାର ୭୫% ଭାରତରେ ଠାବ ଭୂତାଣୁ first appeared on Sambad.

from କରୋନା | Sambad https://ift.tt/3ux06l9

Post a Comment

0 Comments