ଯାଜପୁର : ବନ୍ଦ ହୋଇଯାଇଥିବା ନୀଳାଚଳ କାରଖାନାର ଦୁଇଜଣ କର୍ମଚାରୀଙ୍କ ଜୀବନ ନେଲାଣି କରୋନା। ଆଜି ଜଣେ ଅଧିକାରୀ ତ୍ରୈଲୋକ୍ୟ ମହାନ୍ତିଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ପୂର୍ବରୁ ମାନବ ସମ୍ବଳ ଅଧିକାରୀ ସନ୍ତୋଷ ମଲ୍ଲିକଙ୍କର ମୃତ୍ୟୁ ହୋଇଥିଲା।

ବରିଷ୍ଠ ଅପରେଟର ଟେକ୍ନିସିଆନ୍ ତ୍ରୈଲୋକ୍ୟ ମହାନ୍ତିଙ୍କର ଆଜି ଭୂମିକା କୋଭିଡ୍ ହସ୍ପିଟାଲରେ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ମାନବ ସମ୍ବଳ ବିଭାଗ ମୁଖ୍ୟ ଡିଜିଏମ ବିଶିଷ୍ଟ ସାହିତ୍ୟିକ ସନ୍ତୋଷ କୁମାର ମଲ୍ଲିକଙ୍କର ମଧ୍ୟ କୋଭିଡ୍‌ରେ ମୃତ୍ୟୁ ହୋଇଥିଲା। ମୃତ କର୍ମଚାରୀମାନଙ୍କର ଆବଶ୍ୟକ କାଗଜପତ୍ର ଓ ପିଏଫ୍ ଜମା ହୋଇନଥିବାରୁ ସେମାନଙ୍କର ପ୍ରାପ୍ୟ ମଧ୍ୟ ମିଳିପାରୁ ନାହିଁ। ଏହାକୁ ନେଇ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି।

ସେହିପରି ଆଜି ଜଣେ ସୁରକ୍ଷାକର୍ମୀ ଆତ୍ମହତ୍ୟା କରିବା ଆଲୋଡ଼ନ ସୃଷ୍ଟି କରିଛି। ସୁରକ୍ଷା କର୍ମଚାରୀ ନିରାଜଙ୍କ ଘର ନେପାଳରେ। ସେ ଠିକାଦାର କେୟାର ସିକ୍ୟୁରିଟି ପ୍ରାଇଭେଟ୍ ଲିମିଟେଡ଼ ଗୋରଖା ଉଇଙ୍ଗରେ କାମ କରୁଥିଲେ। ୩ ମାସର ଦରମା ସେ ପାଇ ନଥିଲେ।

The post ନୀଳାଚଳର ଦୁଇ ଅଧିକାରୀଙ୍କ ଜୀବନ ନେଲାଣି କରୋନା first appeared on Sambad.

from କରୋନା | Sambad https://ift.tt/2SFaUAr