
ଭୁବନେଶ୍ବର : ସତ୍ୟନଗର ଶ୍ମଶାନରେ କୋଭିଡ୍ ଡ୍ୟୁଟି କରୁଥିବା ୪ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଥିରେ ତିନିଜଣ ଅଧିକାରୀ ଥିବା ବେଳେ ଜଣେ କିରାଣୀ ଅଛନ୍ତି। ସେମାନେ ରବିବାର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ହେଲେ ଏହାଦ୍ବାରା ଶବ ସତ୍କାରରେ କୌଣସି ସମସ୍ୟା ହେଉନି କି ହେବ ନାହିଁ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ୪ଜଣ ଲୋକ ସତ୍ୟନଗର ଶ୍ମଶାନରେ ଶବଦାହ କରୁଥିବା ବେଳେ ହସ୍ପିଟାଲରୁ ଶ୍ମଶାନରେ ଶବ ପହଞ୍ଚାଇବା, ସମସ୍ତ କାଗଜପତ୍ର କରିବା ପାଇଁ ୧୧ଜଣ କର୍ମଚାରୀ ଅଛନ୍ତି। ଏଥିରେ ବିଏମ୍ସିର ୪ଜଣ କର୍ମଚାରୀ, ୪ଜଣ ଏଏସ୍ଓ, ଜଣେ କିରାଣୀ, ୨ଜଣ ଡାଟା ଏଣ୍ଟ୍ରି ଅପରେଟର୍। ଏଥିରୁ ୪ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନେ ମୃତକଙ୍କ କୌଣସି ସମ୍ପର୍କୀୟଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ଯଦି ଆଉ ଅଧିକ କର୍ମଚାରୀ କରୋନା ଆକ୍ରାନ୍ତ ହେବେ, ତେବେ ସତ୍ୟନଗର ଶ୍ମଶାନରେ ଶବଦାହ ନେଇ ସମସ୍ୟା ଉପୁଜିପାରେ।
The post ସତ୍ୟନଗର ଶ୍ମଶାନର ୪ କର୍ମଚାରୀ ଆକ୍ରାନ୍ତ first appeared on Sambad.from କରୋନା | Sambad https://ift.tt/2RquAro
0 Comments