
ଭୁବନେଶ୍ବର : ବିଏମ୍ସି ପକ୍ଷରୁ ଆଜିଠାରୁ ବରିଷ୍ଠ ନାଗରିକଙ୍କ ଘରୁ ସ୍ବାବ୍ ସଂଗ୍ରହ ହୋଇଛି। ଯେଉଁ ବରିଷ୍ଠ ନାଗରିକମାନେ ଏକାକି ରହୁଛନ୍ତି ବା ଘରୁ ବାହାରିପାରୁନାହାନ୍ତି ସେମାନଙ୍କ ଘରକୁ ବିଏମ୍ସି ଗାଡ଼ି ପଠାଇ ସ୍ବାବ୍ ସଂଗ୍ରହ କରିଛି। ପ୍ରଥମ ଦିନରେ ୨୨୨ଜଣଙ୍କ ଘରକୁ ଗାଡ଼ି ପଠାଇ ନମୁନା ସଂଗ୍ରହ କରାଯାଇଛି। ବିଏମ୍ସିର ଏହି ଅଭିଯାନକୁ ଆଜି ବରିଷ୍ଠ ନାଗରିକମାନେ ସ୍ବାଗତ କରିଛନ୍ତି। ଏହାସହ ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ସକାଳ ୮ଟାରୁ ପୂର୍ବାହ୍ନ ୧୧ଟା ମଧ୍ୟରେ ବରିଷ୍ଠ ନାଗରିକମାନେ ଟେଷ୍ଠିଂ ପାଇଁ ବୁକିଂ କରିପାରିବେ। ଯେଉଁଦିନ ବୁକିଂ କରିବେ ତା’ପରଦିନ ନମୁନା ସଂଗ୍ରହ ହେବ। ଏନେଇ ବିଏମ୍ସି କମିସନର ସଞ୍ଜୟ ସିଂହ କହିଛନ୍ତି ଯେ, ସବୁ ବର୍ଗର ଲୋକଙ୍କର ଟେଷ୍ଟିଂ ପାଇଁ ଆମେ ବିଭିନ୍ନ ପ୍ରକାରର ପଦକ୍ଷେପ ନେଇଛୁ। ସମସ୍ତଙ୍କ ପାଇଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ବିଭିନ୍ନ ସ୍ବତନ୍ତ୍ର କେନ୍ଦ୍ରରେ ଟିକାକରଣ ବ୍ୟବସ୍ଥା କରାଯାଇଛି। ତେଣୁ ଯେଉଁମାନଙ୍କର କୌଣସି ଲକ୍ଷଣ ଦେଖାଯାଉଛି ସେମାନେ ୧୯୨୯ ନମ୍ବରରେ ଫୋନ୍ କରି ପରାମର୍ଶ ନେଇପାରିବେ ଓ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବି କରୋନା ପରୀକ୍ଷା କରିପାରିବେ।
The post ବରିଷ୍ଠ ନାଗରିକଙ୍କ ଘରୁ ସ୍ବାବ୍ ସଂଗ୍ରହ, ପ୍ରଥମ ଦିନରେ ୨୨୨ଜଣଙ୍କର ପରୀକ୍ଷା first appeared on Sambad.ଗର୍ଭବତୀଙ୍କ ଘରୁ ସଂଗ୍ରହ ହେବ ସ୍ବାବ୍, ୧୯୨୯ ନମ୍ବରରେ ଫୋନ୍ କରି ବୁକିଂ କରିବାକୁ ହେବ
ଭୁବନେଶ୍ବର : ବରିଷ୍ଠ ନାଗରିକଙ୍କ ପାଇଁ ଘରୁ ସ୍ବାବ୍ ସଂଗ୍ରହ ବ୍ୟବସ୍ଥା ଆଜିଠୁ ଆରମ୍ଭ ହୋଇଥିବା ବେଳେ ବିଏମ୍ସି ଗର୍ଭବତୀଙ୍କ ପାଇଁ ବି ଘରୁ ସ୍ବାବ୍ ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଗର୍ଭବତୀମାନେ ଏଣିକି ଧାଡ଼ିରେ ଛିଡ଼ା ହୋଇ କୋଭିଡ୍ ପରୀକ୍ଷା କରିବାକୁ ପଡ଼ିବନି।ସମସ୍ତ ହସ୍ପିଟାଲରେ ଏବେ ପ୍ରସୂତିଙ୍କ ଆଡମିସନ୍ ପୂର୍ବରୁ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ତେଣୁ ଗର୍ଭବତୀମାନେ ବିଭିନ୍ନ ହସ୍ପିଟାଲ, ଘରୋଇ ଲାବୋରେଟାରିରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ନମୁନା ଦେଉଛନ୍ତି। ଏହାଦ୍ବାରା ସେମାନେ ଅହେତୁକ କଷ୍ଟ ପାଉଥିବା ବେଳେ ସେଠାରେ କୋଭିଡ୍ ସଂକ୍ରମିତ ହେବାର ଭୟ ରହୁଛି। ତେଣୁ ବିଏମ୍ସି ପକ୍ଷରୁ ଗର୍ଭବତୀଙ୍କ ଘରକୁ ଯାଇ ନମୁନା ସଂଗ୍ରହ କରିବାକୁ ନିଷ୍ପତ୍ତି ହୋଇଛି। ବିଏମ୍ସି ପକ୍ଷରୁ କୁହାଯାଇଛି ଯେ ଗର୍ଭବତୀମାନେ ସକାଳ ୮ଟାରୁ ପୂର୍ବାହ୍ନ ୧୧ଟା ମଧ୍ୟରେ ୧୯୨୯ ନମ୍ବରରେ ଫୋନ୍ କରି ବୁକିଂ କରିପାରିବେ। ବୁକିଂ କରିବା ସମୟରେ ଠିକ୍ ମୋବାଇଲ୍ ନମ୍ବର, ଠିକ୍ ଠିକଣା, ନାମ ଆଦି ଦେବାକୁ ହେବ। ଯେଉଁଦିନ ଯିଏ ବୁକିଂ କରିବେ, ତା’ ପରଦିନ ବିଏମ୍ସିର ଟେଷ୍ଟିଂ ଭ୍ୟାନ୍ ତାଙ୍କ ଘରେ ପହଞ୍ଚି ନମୁନା ସଂଗ୍ରହ କରିବ। ତା’ ପରଦିନ ସେମାନଙ୍କୁ ରିପୋର୍ଟ ମିଳିଯିବ।
from କରୋନା | Sambad https://ift.tt/3bABv8d
0 Comments