
ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ରାଜ୍ୟରେ ଟେଷ୍ଟିଂ ବଢ଼ୁଥିବାରୁ ସଂକ୍ରମଣ ସଂଖ୍ୟା ବଢ଼ୁଛି। ନମୁନା ପରୀକ୍ଷା ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟା ଅଧିକ ନାହିଁ। ୮୦ ପ୍ରତିଶତ ଆଇସିୟୁ ଓ ୫୦ ପ୍ରତିଶତ ଭେଣ୍ଟିଲେଟରରେ ଗୁରୁତର ରୋଗୀ ଅଛନ୍ତି। ତେଣୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଏବେ ବଢ଼ିବ।
ଏହା ସହ ବିଜୟ ମହାପାତ୍ର କହିଛନ୍ତି, ମେ’ ମାସ ଶେଷ ବେଳକୁ ରାଜ୍ୟରେ ସଂକ୍ରମଣ କମିବା ନେଇ ଆଶଙ୍କା କରାଯାଉଛି। ପ୍ରଥମ ଲହରରେ ୧୮ବର୍ଷ ତଳକୁ ୧୦ ପ୍ରତିଶତ ମୃତ୍ୟୁ ରହିଥିଲା। ବର୍ତ୍ତମାନ ବି ଯୁବବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି। ଯେହେତୁ ଭ୍ୟାକକ୍ସିନ ନ ଥିଲା ତେଣୁ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଯେତେ ଶୀଘ୍ର ଭ୍ୟାକ୍ସିନେସନ ସାରିବା ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା କମିବ। ରାଜ୍ୟରେ ଧୀରେ ଧୀରେ ଆଇସିୟୁ ସଂଖ୍ୟା ବଢ଼ାଯାଉଛି। କିମ୍ସ ହସ୍ପିଟାଲରେ ଆଇସିୟୁ ବଢ଼ାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
from କରୋନା | Sambad https://ift.tt/2RsbWzz
0 Comments