ନୟାଗଡ଼: ନୟାଗଡ଼ ଜିଲ୍ଲା‌ ରଣପୁର ବ୍ଳକ ଅନ୍ତର୍ଗତ ଚାନ୍ଦପୁର କୋଭିଡ ହସ୍ପିଟାଲରେ ଏକ ବିଚିତ୍ର ଘଟଣା ନଜର ଆସିଛି। ଏହି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର କରୋନା ଆକ୍ରାନ୍ତ ପ୍ରଦୀପ୍ତ ଶତପଥୀ ଦୀର୍ଘ ସମୟ ଧରି ବେଡ୍‌ରୁ ଗା‌ଏବ ହେବା ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ଏପରିକି ପତ୍ନୀ ନମିତାରାଣୀ ମଧ୍ୟ ଚାନ୍ଦପୁର ଥାନାରେ ଅଭିଯୋଗ କରିଥି‌ଲେ। ଶେଷରେ ସନ୍ଧ୍ୟା(ଗୁରୁବାର) ପ୍ରାୟ ୮ଟା୩୦ରେ ତାଙ୍କୁ ହସ୍ପିଟାଲ ଟଏଲେଟ୍‌ ମଧ୍ୟରୁ ଉଦ୍ଧାର କରାଯାଇଥିବା‌ ଆଇଆଇସି ରଶ୍ମିରଞ୍ଜନ ଦାଶ ସୂଚନା ଦେଇଛନ୍ତି।

long island press

ଏଭଳି ଘଟଣା ନଜରକୁ ଆସିବା ପରେ ପ୍ରଦୀପ୍ତଙ୍କ ମାନସିକ ବିକୃତି ଥିବା ନେଇ ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ ପ୍ରଦୀପ୍ତ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପରେ ଗତ ବୁଧବାର ରାତିରେ ତାଙ୍କୁ ହସ୍ପିଟାଲ ପକ୍ଷରୁ ଆମ୍ବୁଲାନ୍‌ସ ପଠାଯାଇ ହସ୍ପିଟାଲ ଅଣାଯାଇଥିଲା। ବେଡ୍ ନମ୍ବର ୪୩ , ୱାର୍ଡ ନମ୍ବର ୨ରେ ତାଙ୍କର ଆଡମିଶନ୍‌ କରାଯାଇଥିଲା। ତେବେ ତାଙ୍କ ପତ୍ନୀ ନମିତାରାଣୀ ଆସ ବୁଝାବୁଝି କରିବାରୁ ସ୍ବାମୀଙ୍କ ସହିତ ଯୋଗାଯୋଗ ହୋଇପାରିନଥିଲା। ଏନେଇ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ କେହି କୌଣସି ଉତ୍ତର ଦେଇନଥି‌‌‌ଲେ। ଯାହା ନମିତାରାଣୀଙ୍କ ମନରେ ସନ୍ଦେହ ବଢାଇଥିଲା, ବାଧ୍ୟ ହୋଇ ସେ ଥାନାର ଦ୍ବାରସ୍ଥ ହୋଇଥିଲେ। ପ୍ରଦୀପ୍ତଙ୍କୁ ଉଦ୍ଧାର କରାଯିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ପ୍ରଦୀପ୍ତଙ୍କ ପରିବାର ଆଶ୍ବସ୍ତ ହୋଇଛନ୍ତି।

The post କରୋନା ରୋଗୀଙ୍କ ବିଚିତ୍ର କାଣ୍ଡ: ଟଏଲେଟ୍‌ ଭିତରେ ଲୁଚି ରହିଲେ ଦୀର୍ଘକାଳ first appeared on Sambad.

from କରୋନା | Sambad https://ift.tt/3vdXbyY