
ଭୁବନେଶ୍ବର: ପଣାସଂକ୍ରାନ୍ତି ପାଳନକୁ ନେଇ ବିଏମସି ପକ୍ଷରୁ କଟକଣା ଲଗାଯାଇଛି। ବିଏମସି କମିସନର୍ ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, ମନ୍ଦିରରେ ପଣାସଂକ୍ରାନ୍ତି ପାଳନ ଲାଗି ବାରଣ କରାଯାଇଛି। କେବଳ ପୂଜକମାନେ ପୂଜାର୍ଚ୍ଚନା କରିପାରିବେ। କିନ୍ତୁ ମନ୍ଦିରରେ ପଣା ପିଇବାକୁ ବାରଣ କରାଯାଇଛି। ଠିକ୍ ସେହିପରି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ନିର୍ଦ୍ଦେଶ ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ପଣାସଂକ୍ରାନ୍ତି ପାଳନକୁ ମନା କରାଯାଇଛି ବୋଲି ବିଏମସି କମିସନର୍ କହିଛନ୍ତି।
ଅପରପକ୍ଷରେ ରମଜାନ ଲାଗି ବି ଆଜି ସନ୍ଧ୍ୟାରେ ବା ଆସନ୍ତାକାଲି କଟକଣା ଲାଗୁ କରାଯିବା ନେଇ ସେ ସୂଚନା ଦେଇଛନ୍ତି।
The post ବିଏମସି ପକ୍ଷରୁ କଟକଣା: ପଣାସଂକ୍ରାନ୍ତିରେ ଲୋକଙ୍କୁ ମନ୍ଦିର ମନା first appeared on Sambad.from କରୋନା | Sambad https://ift.tt/3mG8TP6
0 Comments