
ମୁମ୍ବାଇ: ସଂପ୍ରତି ମହାରାଷ୍ଟ୍ରରେ କରୋନା ବା କୋଭିଡ୍ର ଦ୍ୱିତୀୟ ଲହର ଏକ ସଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଡାକ୍ତରଖାନାଗୁଡ଼ିକରେ ଶଯ୍ୟାର ଘୋର ଅଭାବ ଦେଖା ଦେଇଛି। ଗୁରୁତର ରୋଗୀମାନଙ୍କୁ ତଳେ ଶୁଆଇ ଅକ୍ସିଜେନ ଦିଆଯାଉଛି।
ଏ ପରିସ୍ଥିତିରେ ମହାରାଷ୍ଟ୍ର କ୍ୟାବିନେଟରେ ମୁମ୍ବାଇ ଦାୟିତ୍ୱରେ ଥିବା ମନ୍ତ୍ରୀ ଅସଲମ ଶେଖ ଡାକ୍ତରଖାନାରେ ଶଯ୍ୟା ଅଭାବ ପାଇଁ ସେଲିବି୍ରଟି ଓ କ୍ରିକେଟରଙ୍କୁ ଦାୟୀ କରିଛନ୍ତି। ମଙ୍ଗଳବାର ଦିନ ମନ୍ତ୍ରୀ ଅସଲମ ଶେଖ ସେଲିବ୍ରିଟି ଏବଂ କ୍ରିକେଟରଙ୍କୁ ଡାକ୍ତରଖାନାରେ ଶଯ୍ୟା ଅଭାବ ପାଇଁ ଦାୟୀ କରି କହିଛନ୍ତି ଯେ କରୋନାଭାଇରସ ସଂକ୍ରମଣର କୌଣସି ଗୁରୁତର ଲକ୍ଷଣ ନଥାଇ ମଧ୍ୟ ସେମାନେ ଡାକ୍ତରଖାନାରେ ଶଯ୍ୟା ଦଖଲ କରୁଛନ୍ତି। କୋଭିଡର ସାମାନ୍ୟ ବା ନାମମାତ୍ର ଲକ୍ଷଣ ଥାଇ ଫିଲ୍ମ ଇଣ୍ଡଷ୍ଟ୍ରିର ବ୍ୟକ୍ତିତ୍ୱ ଓ କ୍ରିକେଟରମାନେ ଦୀର୍ଘ ଦିନ ଧରି ପ୍ରମୁଖ ଘରୋଇ ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ଦଖଲ କର ରହୁିଛନ୍ତି, ଯାହାଫଳରେ ଶଯ୍ୟାର ଅଭାବ ଦେଖାଦେଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ସେଲିବ୍ରିଟି ଏବଂ କ୍ରିକେଟରମାନେ ଡାକ୍ତରଖାନାରେ ଭର୍ତ୍ତି ହେବା ଠାରୁ ଦୂରେଇ ରହିଥାନ୍ତେ, ତେବେ ରାଜ୍ୟରେ ଗୁରୁତର ଓ ଆବଶ୍ୟକତା ରହିଥିବା କୋଭିଡ ରୋଗୀମାନଙ୍କୁ ଡାକ୍ତରଖାନାମାନଙ୍କରେ ଶଯ୍ୟା ମିଳିପାରନ୍ତା। ତେଣୁ, ଏହାକୁ ଦୃଷ୍ଟିରେ ରଖି ଏବେ ହସ୍ପିଟାଲଗୁଡ଼ିକରେ କୋଭିଡ ରୋଗୀଙ୍କ ଆଡ଼ମିସନ ପାଇଁ ନୂତନ ଏସ୍ଓପି ଜାରି ହେବ ବୋଲି ସେ ସୂଚନା ଦେଇଛନ୍ତି।
The post ମୁମ୍ବାଇରେ କୋଭିଡ ଆକ୍ରାନ୍ତଙ୍କ ପାଇଁ ଶଯ୍ୟା ଅଭାବ; ସେଲିବ୍ରିଟି, କ୍ରିକେଟରଙ୍କୁ ଦାୟୀ କଲେ ମନ୍ତ୍ରୀ first appeared on Sambad.from କରୋନା | Sambad https://ift.tt/3wRjbRh
0 Comments