ଭୁବନେଶ୍ବର: ରାଜ୍ୟରେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଆଜି ୫୦୦ କେନ୍ଦ୍ରରେ ଟିକାକରଣ ଚାଲିଛି। ଟିକା ଅଭାବରୁ ୧୧ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ଅଛି। ସେହି ଜିଲ୍ଲାଗୁଡ଼ିକ ହେଲା ଯାଜପୁର, ଭଦ୍ରକ, ପୁରୀ, ନୟାଗଡ଼, ସୋନପୁର, ଗଜପତି, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ଢେଙ୍କାନାଳ, କୋରାପୁଟ ପରି ଜିଲ୍ଲାରେ ଟିକାକରଣ ହୋଇପାରିବ ନାହିଁ। କମ୍ ଟିକା ଦେଉଛି କେନ୍ଦ୍ର। ଟିକା ଦେବା ପାଇଁ କାଲି ପୁଣି କେନ୍ଦ୍ରକୁ ଚିଠି ଲେଖା ଯାଇଛି। ବର୍ତ୍ତମାନ ୬୧ ହାଜର କୋଭାକ୍ସିନ୍ ଓ ୩ଲକ୍ଷରୁ ଉର୍ଦ୍ଧ୍ବ କୋଭିସିଲଡ ଅଛି। ଆଜି ୨ଲକ୍ଷ କୋଭିସିଲଡ଼ ଟିକା ଆସିବ।
ସେପଟେ, ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା । ଦିନକୁ ଦିନ ବଢ଼ିବାର ଲାଗିଛି ସଂକ୍ରମଣଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୭୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୩୫ ଜଣ ସଂକ୍ରମିତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୭୪୯ ରହିଛି ।

The post ଟିକା ଅଭାବରୁ ୧୧ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ଅଛି: ପରିବାର କଲ୍ୟାଣ ନିର୍ଦ୍ଦେଶକ first appeared on Sambad.

from କରୋନା | Sambad https://ift.tt/3smuaPn