ମୁମ୍ବାଇ : ମହାରାଷ୍ଟ୍ରରେ ଲଗାତାର ସଂକ୍ରମଣ ବଢ଼ି ଚାଲିଥିବାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିପାରନ୍ତି। କରୋନା ସଙ୍କଟ ସଂକ୍ରାନ୍ତ ଆଲୋଚନା ପାଇଁ ଆଜି ହୋଇଥିବା ଏକ ସର୍ବଦଳୀୟ ବୈଠକରେ ଲକ୍‌ଡାଉନ୍‌ ସପକ୍ଷରେ ମୁଖ୍ୟମନ୍ତ୍ରୀ ଠାକ୍‌ରେ ଦୃଢ଼ ଯୁକ୍ତି ରଖିଥିଲେ। ସଂକ୍ରମଣ ଚେନ୍‌ ଭାଙ୍ଗିବାପାଇଁ ରାଜ୍ୟରେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ହିଁ ଏକମାତ୍ର ବିକଳ୍ପ ବୋଲି ଠାକ୍‌ରେ କହିଛନ୍ତି। ବିଭିନ୍ନ କଟକଣା ସତ୍ତ୍ବେ ସଂକ୍ରମଣ କମୁନାହିଁ। ତେଣୁ ଲକ୍‌ଡାଉନ୍‌ ସଂକ୍ରାନ୍ତରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ହେବ ବୋଲି ଠାକ୍‌ରେ କହିଛନ୍ତି। ଅନ୍ୟପକ୍ଷେ ରାଜ୍ୟରେ ସପ୍ତାହାନ୍ତ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ମୁମ୍ବାଇ, ପୁନେ, ଔରଙ୍ଗାବାଦ୍‌ ଏବଂ ନାଗପୁର ସମେତ ବିଭିନ୍ନ ପ୍ରମୁଖ ସହରମାନଙ୍କରେ ଦୋକାନ ବଜାର ବନ୍ଦ ରହିଛି। ଗତକାଲି ସନ୍ଧ୍ୟା ୮ଟାରୁ ରାଜ୍ୟରେ ସପ୍ତାହାନ୍ତ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି ଏବଂ ଏହା ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ଚାଲିବ। ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ରରେ ପ୍ରାୟ ୫୯ ହଜାର ନୂଆ ମାମଲା ଚିହ୍ନଟ ହୋଇଛି। ଗତ ୭ ତାରିଖରେ ରାଜ୍ୟରେ ସର୍ବାଧିକ ସଂକ୍ରମଣ ୫୯, ୯୦୭ ଥିଲା।

The post ମହାରାଷ୍ଟ୍ରରେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ହୋଇପାରେ first appeared on Sambad.

from କରୋନା | Sambad https://ift.tt/3tdqIHS