
ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶରେ ସର୍ବାଧିକ ୧୨,୭୮୭ କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୪୮ ଜଣଙ୍କ ମୃତ୍ୟୁ ହୋଇଛି। ମହାମାରୀ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଏହା ସର୍ବାଧିକ ସଂକ୍ରମଣ। ଏଥିସହ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬୭୬,୭୩୯କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁସଂଖ୍ୟା ୯୦୮୫ ରହିଛି। ରାଜ୍ୟରେ କରୋନା ମୃତ୍ୟୁହାର ୧.୩ ପ୍ରତିଶତ ରହିଛି। ରାଜ୍ୟରେ ସକ୍ରିୟ ମାମଲା ୫୮୮୦୧ ରହିଛି। ଲକ୍ଷ୍ନୌରେ ସଂକ୍ରମଣ ମାମଲା ଆଜି ୧ ଲକ୍ଷ ଟପିଛି। ଲକ୍ଷ୍ନୌରେ ବିଗତ ୨୪ ଘଣ୍ଟା ମଧ୍ୟରେ ୪,୦୫୯ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୨୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ ସଂକ୍ରମଣ ଲଗାତାର ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିଭିନ୍ନ ସହରରେ ଲକ୍ଡାଉନ୍ ଅବଧି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।
ଦିଲ୍ଲୀରେ ସଂକ୍ରମଣ ବଢ଼ି ଚାଲିଥିବାରୁ ୩୦ ତାରିଖ ପର୍ଯ୍ୟନ୍ତ କଠୋର କଟକଣା ଜାରି ହୋଇଛି। ବିଭିନ୍ନ ସମାବେଶ ଉପରେ ରୋକ୍ ଲାଗିଛି ଏବଂ ବିବାହ ଉତ୍ସବଗୁଡ଼ିକରେ ସର୍ବାଧିକ ୫୦ ଜଣଙ୍କ ଉପସ୍ଥିତିକୁ ହିଁ ଅନୁମତି ମିଳିଛି। ରେଷ୍ଟୁରାଣ୍ଟ ଏବଂ ମେଟ୍ରୋ-ବସ୍ ସେବା ୫୦ ପ୍ରତିଶତ କ୍ଷମତାରେ ହିଁ ଚାଲିବ ବୋଲି ସରକାର ଆଜି ନିଷ୍ପତ୍ତି ନେଇଛନ୍ତି।
The post ଉତ୍ତରପ୍ରଦେଶରେ ସର୍ବାଧିକ ଦୈନିକ ସଂକ୍ରମଣ: ମଧ୍ୟପ୍ରଦେଶରେ ଲକ୍ଡାଉନ୍ ଅବଧି ବଢ଼ିଲା, ଦିଲ୍ଲୀରେ ବି କଟକଣା କଠୋର ହେଲା first appeared on Sambad.from କରୋନା | Sambad https://ift.tt/3wMLwrJ
0 Comments