
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବିସ୍ଫୋରକ ରୂପ ନେଇଛି। ଦୈନିକ ସଂକ୍ରମଣ ଅନିୟନ୍ତ୍ରିତ ଭାବେ ବଢ଼ି ଚାଲିଥିବାରୁ ଦେଶବ୍ୟାପୀ କୋଭିଡ୍ ହସ୍ପିଟାଲଗୁଡ଼ିକରେ ଶଯ୍ୟା ଅଭାବ ଦେଖିବାକୁ ମିଳିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଦେଶରେ ୧,୪୫,୩୮୪ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୭୯୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏହି ସଂକ୍ରମଣ ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗିଛି। ଲଗାତାର ୪ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୧ ଲକ୍ଷରୁ ଅଧିକ ରହିଛି ଏବଂ ୩୧ ଦିନ ଧରି ଦେଶରେ ସକ୍ରିୟ ମାମଲା ବଢ଼ିଚାଲିଛି। ଦେଶରେ ସକ୍ରିୟ ମାମଲା ଆଜି ୧୦ ଲକ୍ଷ ଟପିଛି। ମୋଟ୍ ସକ୍ରିୟ ମାମଲା ୧୦,୪୬,୬୩୧ ରହିଛି। ଶେଷ ଥର ପାଇଁ ଦେଶର ସକ୍ରିୟ ମାମଲା ଗତବର୍ଷ ସେପ୍ଟେମ୍ବର ୭ ତାରିଖରେ ୧୦,୨୬,୯୪୫ ଥିଲା। ତେବେ ଗତ ୫ ଦିନ ମଧ୍ୟରେ ଦେଶରେ ୬.୧୬ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩,୩୩୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୧,୩୨,୦୫,୯୨୬ ରହିଛି ଏବଂ ୧,୬୮,୪୩୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ଆଜି ସୁଦ୍ଧା ମୋଟ୍ ୨୫,୫୨,୧୪,୮୦୩ ନମୁନା ପରୀକ୍ଷା ହୋଇଛି।
ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ମୋଟ୍ କୋଭିଡ୍ ସଂକ୍ରମଣ ମାମଲା ଆଜି ୫ ଲକ୍ଷ ଟପିଯାଇଛି। ଜାପାନ୍ ଏବଂ ୟୁଏଇ ପରି ରାଷ୍ଟ୍ରମାନଙ୍କର ମୋଟ୍ ସଂକ୍ରମଣକୁ ମଧ୍ୟ ମୁମ୍ବାଇ ସଂକ୍ରମଣ ଟପିଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୯,୨୦୨ ନୂଆ ମାମଲା ଚିହ୍ନଟ ହୋଇଛି। ଦେଶରେ ୪ ଲକ୍ଷରୁ ୫ ଲକ୍ଷ ସଂକ୍ରମଣ ମାମଲା ହେବାପାଇଁ ମାତ୍ର ୧୧ ଦିନ ଲାଗିଛି। ଅନ୍ୟପକ୍ଷେ ମାମଲା ୩ରୁ ୪ ଲକ୍ଷ ହେବାପାଇଁ ୭୫ ଦିନ ଲାଗିଥିଲା। ମହାରାଷ୍ଟ୍ରରେ ଲଗାତାର ସଂକ୍ରମଣ ବଢ଼ୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ପୁଣି ୫୮,୯୯୩ ନୂଆ ମାମଲା ଚିହ୍ନଟ ହୋଇଛି। ଏଥିସହ ରାଜ୍ୟର ମୋଟ୍ ସଂକ୍ରମଣ ୩୨.୮ ଲକ୍ଷ ରହିଛି। ମୁମ୍ବାଇରେ ଏବେ ୮୮,୦୫୩ ସକ୍ରିୟ ମାମଲା ରହିଛି। ତେବେ ମୁମ୍ବାଇରେ ଗତବର୍ଷ ମାର୍ଚ୍ଚ ୧୧ରେ ପ୍ରଥମ ମାମଲା ଚିହ୍ନଟ ହୋଇଥିଲା। ଜୁଲାଇ ୧୮ରେ ସହରର ସଂକ୍ରମଣ ମାମଲା ୧ ଲକ୍ଷ ଟପିଥିଲା। ମୁମ୍ବାଇର ସଂକ୍ରମଣ ମାମଲା ୧ ଲକ୍ଷରୁ ୨ ଲକ୍ଷ ହେବାପାଇଁ ୭୨ ଦିନ ଲାଗିଥିଲା। ମାମଲା ୪ରୁ ୫ ଲକ୍ଷ ହେବାପାଇଁ ୭୫ ଦିନ ଲାଗିଲା ଏବଂ ୪ରୁ ୫ ଲକ୍ଷ ହେବାପାଇଁ ୧୧ ଦିନ ଲାଗିଛି। ଲଗାତାର ୩ ଦିନ ଧରି ମହାରାଷ୍ଟ୍ରରେ ୩୦୦ରୁ ଅଧିକ କରୋନା ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ମହାରାଷ୍ଟ୍ରରେ ସକ୍ରିୟ ମାମଲା ୫.୩ ଲକ୍ଷ ରହିଛି।
The post ସକ୍ରିୟ ମାମଲା ୧୦ ଲକ୍ଷ ଟପିଲା: ୧ ଲକ୍ଷ ୪୫ ହଜାର ନୂଆ ସଂକ୍ରମଣ, ୭୯୪ ମୃତ୍ୟୁ first appeared on Sambad.from କରୋନା | Sambad https://ift.tt/2PQJ6ru
0 Comments