
ଭୁବନେଶ୍ବର : ରାଜଧାନୀର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଜଣେ ଯୁବ ଡାକ୍ତରଙ୍କ କରୋନାରେ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ସଂକ୍ରମଣ ଦ୍ବିତୀୟ ଲହରରେ ଏହା ପ୍ରଥମ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ବୋଲି କୁହାଯାଉଛି। ଗତବର୍ଷ ତାଙ୍କର ବିବାହ ହୋଇଥିଲା। ମାତ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ମାତ୍ର ଏକାଧିକ ଡାକ୍ତରୀ ସଂଘ ସଂପୃକ୍ତ ଯୁବ ଡାକ୍ତରଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରି ସମବେଦନା ଜଣାଇଛନ୍ତି।
୩୨ ବର୍ଷୀୟ ଏହି ଯୁବ ଡାକ୍ତର ଜଣକ ସିକିଲସେଲ ରୋଗରେ ପୀଡ଼ିତ ଥିଲେ। କିଛିଦିନ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିଲେ। ମାତ୍ର ଗତକାଲି ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ସେ କରୋନାର ଦୁଇ ଡୋଜ୍ ଟିକା ନେଇଥିବା କୁହାଯାଉଛି। ଡାକ୍ତରଙ୍କ ମୃତ୍ୟୁ ନେଇ ଇନ୍ଦିରାଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ ଛାତ୍ରଙ୍କ ପକ୍ଷରୁ ମଧ୍ୟ ଶୋକ ପ୍ରକାଶ କରାଯାଇଛି।
The post କରୋନାରେ ଯୁବ ଡାକ୍ତରଙ୍କ ମୃତ୍ୟୁ, ସିକିଲ୍ସେଲ୍ରେ ପୀଡ଼ିତ ଥିଲେ first appeared on Sambad.from କରୋନା | Sambad https://ift.tt/3a1g3Iy
0 Comments