
ଭୁବନେଶ୍ବର : ରାଜଧାନୀର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ପ୍ରାୟ ୩ହଜାର ଶଯ୍ୟା ଥିବା ବେଳେ ଏଥିରେ ପ୍ରାୟ ୫୫% ଶଯ୍ୟାରେ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍ସି ପକ୍ଷରୁ ଖୁବ୍ ଶୀଘ୍ର ପର୍ଯ୍ୟାୟକ୍ରମେ ଆଉ ୩ହଜାର ଶଯ୍ୟା ବ୍ୟବସ୍ଥା କରାଯିବ। ହସ୍ପିଟାଲ ସମେତ ବିଭିନ୍ନ କୋଭିଡ୍ କେୟାର ସେଣ୍ଟର୍ ଖୋଲିବାକୁ ଯୋଜନା ହୋଇଛି। ତେଣୁ ଏଥିପାଇଁ ଡାକ୍ତର, ଷ୍ଟାଫ୍ ନର୍ସ, ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି କରିବାକୁ ଏଡିୟୁପିଏଚ୍ଓ, ଭୁବନେଶ୍ବରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
କୋଭିଡ କେୟାର୍ ସେଣ୍ଟରରେ ଚିକିତ୍ସା ଯୋଗାଇବାଠାରୁ ଆରମ୍ଭ କରି ଟିକାଦାନ କାର୍ଯ୍ୟକ୍ରମରେ ସାମିଲ୍ କରିବା ପାଇଁ ଏହି ନିଯୁକ୍ତି ଦିଆଯିବ। ଆସନ୍ତା ତିନି ମାସ ପାଇଁ ଠିକାରେ ଦୈନିକ ପାରିଶ୍ରମିକ ହିସାବରେ ଏହି ନିଯୁକ୍ତି ଦିଆଯିବ। ଆୟୁଷ ମେଡିକାଲ ଅଫିସର୍ମାନଙ୍କୁ ଦୈନିକ ୨୨୦୦ ଟଙ୍କା ହିସାବରେ ରଖାଯିବ। କିନ୍ତୁ ସେମାନଙ୍କର ବୟସ ୫୦ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ସେହିପରି ଏଏନ୍ଏମ୍ମାନଙ୍କୁ ଦୈନିକ ୮୫୦ଟଙ୍କା ହିସାବରେ ନିଯୁକ୍ତି ଦିଆଯିବ। ଯଦି ଟିକାଦାନ କାର୍ଯ୍ୟ କରିବେ, ଦିନକୁ ୫୦୦ଟଙ୍କା ହିସାବରେ ପାରିଶ୍ରମିକ ପାଇବେ। ଷ୍ଟାଫ୍ନର୍ସ ଓ ଫାର୍ମାସିଷ୍ଟମାନଙ୍କୁ ଦୈନିକ ହଜାରେ ଟଙ୍କା ପାରିଶ୍ରମିକ ଦିଆଯିବ। ଏଥିପାଇଁ କିନ୍ତୁ ମେ’ ୫ ତାରିଖ ମଧ୍ୟରେ ଆବେଦନ କରିବାକୁ ପଡ଼ିବ। ବିଏମ୍ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀରେ ଏକାଧିକ କୋଭିଡ୍ କେୟାର ସେଣ୍ଟର୍ ଖୋଲିବାକୁ ଯୋଜନା ଅଛି। ଏଥିରେ ଯଥାସମ୍ଭବ ଅଧିକ ଚିକିତ୍ସା ଯୋଗାଯିବ। ଅକ୍ସିଜେନ୍ ଲଗାଇବାଠାରୁ ଆରମ୍ଭ କରି ବହୁ ଜୀବନରକ୍ଷାକାରୀ ଇଞ୍ଜେକ୍ସନ ଓ ଔଷଧ ଆକ୍ରାନ୍ତଙ୍କୁ ଦିଆଯିବ। ତେଣୁ ଏଥିପାଇଁ ଅଭିଜ୍ଞ ଡାକ୍ତର, ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ ନିଯୁକ୍ତି ଦିଆଯିବ।
The post ରାଜଧାନୀରେ କରୋନା ପରିଚାଳନା ଚିନ୍ତା: ଠିକାରେ ନିୟୋଜିତ ହେବେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ first appeared on Sambad.ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ମଞ୍ଜୁର, କୋଭିଡ ପରିଚାଳନା ପାଇଁ ବିଏମ୍ସିକୁ ୧୦କୋଟି
ଭୁବନେଶ୍ବର : ରାଜଧାନୀରେ କୋଭିଡ୍ ପରିଚାଳନା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବିଏମ୍ସିକୁ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରାଜଧାନୀରେ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିବାଠାରୁ ଆରମ୍ଭ କରି ମୃତକଙ୍କ ଶବଦାହ, ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆଦି ବାବଦକୁ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।
from କରୋନା | Sambad https://ift.tt/3eNOS5A
0 Comments