ଭୁବନେଶ୍ବର : ଶୁକ୍ରବାର ରାଜଧାନୀରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ସବୁ ରେକର୍ଡ ଭାଙ୍ଗିଛି। ଏକଦା ସାରା ରାଜ୍ୟରେ ଗୋଟିଏ ଦିନରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଥିଲେ ଆଜି କେବଳ ଭୁବନେଶ୍ବରରେ ସେତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ‌୧୧୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୪୨ଜଣ ସୁସ୍ଥ ହୋଇଛନ୍ତି। ଦୁଇ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

ଶୁୁକ୍ରବାର ଦିନ ୯୪୪ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୧୭୫ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ବି ପୂର୍ବଦିନଗୁଡ଼ିକ ଭଳି ପଟିଆରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରୁ ୬୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୮ଜଣ ସ୍ଥାନୀୟ ସଂକ୍ରମିତ, ୯ଜଣ ସଙ୍ଗରୋଧରୁ ଆକ୍ରାନ୍ତ ହୋଇଛନ୍ତି। ନୂଆପଲ୍ଲୀରୁ ୬୧ଜଣ, ଚନ୍ଦ୍ରଶେଖରପୁରରୁ ୫୨ଜଣ, ଖଣ୍ଡଗିରିରୁ ୪୫ଜଣ, ପୁରୁଣା ଭୁବନେଶ୍ବରରୁ ୫୯ଜଣ, ରସୁଲଗଡ଼ରୁ ୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଟଙ୍କପାଣିରୋଡ୍‌, ଶୈଳଶ୍ରୀବିହାର, ସହିଦନଗର, ମଞ୍ଚେଶ୍ବର, ୟୁନିଟ-୩, ୟୁନିଟ-୬, ୟୁନିଟ-୯, ୟୁନିଟ-୮ ଅଞ୍ଚଳରୁ ବହୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

The post ରାଜଧାନୀରେ ରେକର୍ଡ ଭାଙ୍ଗୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା, ୧୧୧୯ ଆକ୍ରାନ୍ତ, ୨ ମୃତ first appeared on Sambad.

from କରୋନା | Sambad https://ift.tt/3aSReze