ଭୁବନେଶ୍ୱର: କରୋନା କଟକଣା ପାଇଁ କାଲିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ହେବ କଡ଼ାକଡ଼ି ଚେକିଂ ହେବ ବୋଲି ଷ୍ଟେସନ ଡାଇରେକ୍ଟର ଚିତ୍ତରଞ୍ଜନ ନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କୁ ଚେକିଂ କରାଯିବ। ଏଥିପାଇଁ ବିଏମସି ଏବଂ ଷ୍ଟେସନ ଅଧିକାରୀ ମିଳିତଭାବେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଯାତ୍ରୀମାନଙ୍କ ପାଇଁ ପ୍ରବେଶ ଓ ପ୍ରସ୍ଥାନ ପଥକୁ ବଦଳାଯାଇଛି।

ଯେଉଁ ଯାତ୍ରୀମାନେ ଷ୍ଟେସନ ଭିତରକୁ ପ୍ରବେଶ କରିବେ, ସେମାନେ ମାଷ୍ଟରକ୍ୟାଣ୍ଟିନ ବସଷ୍ଟାଣ୍ଡ ପଟେ ଯିବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ଯେଉଁମାନେ ଷ୍ଟେସନ ଭିତରୁ ପ୍ରସ୍ଥାନ କରିବେ ସେମାନେ ଷ୍ଟେସନ ସମ୍ମୁଖ କିମ୍ବା ଡାହାଣ ପଟେ ବାହାରକୁ ବାହାରିବା ପାଇଁ କୁହାଯାଇଛି।

 

The post କରୋନା କଟକଣା ପାଇଁ ଆସନ୍ତାକାଲିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ହେବ କଡ଼ାକଡ଼ି ଚେକିଂ first appeared on Sambad.

from କରୋନା | Sambad https://ift.tt/3t3F8dz