ଭୁବନେଶ୍ବର: ଗତକାଲି ରାଜ୍ୟରେ ୧,୧୩,୫୬୩ଜଣ ଲୋକଙ୍କର ଟିକାକରଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୪,୨୯,୭୦୩୨ଲୋକଙ୍କୁ ଟିକା ଦିଆଯାଇସାରିଲାଣି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଗତକାଲି ଆମକୁ ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା ମିଳିଛି, ଯାହା ବିଭିନ୍ନ ଜିଲ୍ଲାକୁ ପଠାଯାଇଛି । ଏଥିରେ ସଂକ୍ରମଣ ବେଶୀ ଥିବା ଜିଲ୍ଲା ଯଥା ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ବରଗଡ଼, ନୂଆପଡା ଆଦିକୁ ଅଗ୍ରାଧିକାର ଦିଆଯାଉଛି । ବର୍ତ୍ତମାନ ଆମ ପାଖରେ ୨,୩୩,୬୫୮ ଡୋଜ୍ କୋଭିସିଲ୍ଡ ଓ ୭୭୯୬୦ ଡୋଜ କୋଭାକ୍ସିନ୍ ହିସାବରେ ସମୁଦାୟ ୩.୧ ଲକ୍ଷ ଟିକା ମହଜୁଦ ଅଛି। ଟିକା ଉତ୍ସବ ଆଜିଠାରୁ ପାଳନ ହେଉଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ସଚେତନତା ଓ ଅଧିକ ଟିକାକରଣ ଓ କମ୍
ନଷ୍ଟ କରାଯିବ। ଆମର ଟିକା ନଷ୍ଟ ହେବାର ପରିମାଣ ଶୂନ୍ୟରୁ ମଧ୍ୟ କମ୍ । ଯେତିକି ଟିକା ଅଛି ଆସନ୍ତା କାଲି ଅଧିକାଂଶ ଜିଲ୍ଲାରେ ସରିଯିବ । ଟିକା ନଆସିଲେ ଟିକାକରଣ ବାଧାପ୍ରାପ୍ତ ହେବ। ବର୍ତ୍ତମାନ ୫୭୯ଟି କେନ୍ଦ୍ରରେ ଟିକାକରଣ ହେଉଛି। ୯୦୦କେନ୍ଦ୍ର ଟିକା ଅଭାବରୁ ବନ୍ଦ ହୋଇଯାଇଛି।

The post ଟିକା ଅଭାବରୁ ୯୦୦କେନ୍ଦ୍ରରେ ଟିକାକରଣ ବନ୍ଦ ହୋଇଯାଇଛି: ପରିବାର କଲ୍ୟାଣ ନିର୍ଦ୍ଦେଶକ first appeared on Sambad.

from କରୋନା | Sambad https://ift.tt/3d9L9ja