
ନୂଆଦିଲ୍ଲୀ: ଦିଲ୍ଲୀରେ ଉଦ୍ବେଗଜନକ ଭାବେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ କେତେଗୁଡ଼ିଏ ନୂତନ କଟକଣା ଜାରି କରିବାର ଦିନକ ପରେ ଟିକାକରଣ ଉପରୁ ବୟସ କଟକଣା ହଟାଇ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।
ଦିଲ୍ଲୀରେ ଏବେ ବଢ଼ି ଚାଲିଥିବା ସଂକ୍ରମଣ ହାର ତୃତୀୟ ପ୍ରବାହ ସମୟର ସର୍ବାଧିକ ସଂକ୍ରମଣ ହାର ଠାରୁ ଅଧିକ ବୋଲି ମଧ୍ୟ ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାମାରୀ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ସମାଧାନ ନୁହେଁ।
ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍ କହିଛନ୍ତି, କେନ୍ଦ୍ର ସରକାର ସବୁ ବୟସବର୍ଗଙ୍କ ନିମନ୍ତେ ଟିକାକରଣ ଉନ୍ମୁକ୍ତ କରିଦେବା ଉଚିତ। କରୋନାଭାଇରସ୍ ଚକ୍ର ଭାଙ୍ଗିବା ପାଇଁ ୪୫ରୁ କମ୍ ବର୍ଷ ବୟସର ଲୋକମାନଙ୍କୁ ମଧ୍ୟ ଟିକା ଦିଆଯିବା ଉଚିତ।
କୋଭିଡ୍-୧୯ ଟିକା ନେବା ନିମନ୍ତେ ବୟସ କଟକଣା ଉଠାଇବା ପ୍ରସଙ୍ଗରେ ମୁଁ ଅନେକ ଥର କେନ୍ଦ୍ର ସରକାରଙ୍କୁ କହିଛି। ଦ୍ୱାର ଦ୍ୱାର ବୁଲି ଲୋକମାନଙ୍କୁ ଟିକା ଦେବା ନିମନ୍ତେ ଦିଲ୍ଲୀ ସରକାର ଅଭିଯାନ ଆରମ୍ଭ କରିଛନ୍ତି। ଦିଲ୍ଲୀର ୬୫% ଆକ୍ରାନ୍ତ ହେଉଛନ୍ତି ୪୫ ବର୍ଷରୁ କମ୍ ବୟସର ବ୍ୟକ୍ତି।
ଏହାଛଡ଼ା, ସମ୍ପ୍ରତି ଦ୍ରୁତ ବୃଦ୍ଧି ପାଇଥିବା ସଂକ୍ରମଣ ରୋକିବା ଲାଗି କେତେକ କଟକଣା ଲାଗୁ କରାଯାଇଛି। ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରିବାର ଉଦ୍ଦେଶ୍ୟ ନାହିଁ। ନିୟମ ମାନିବାକୁ ସମସ୍ତଙ୍କୁ ଅନୁରୋଧ।
The post ଟିକାକରଣ ଉପରୁ ବୟସ କଟକଣା ହଟାଯାଉ: କେନ୍ଦ୍ରକୁ ଅରବିନ୍ଦ କେଜ୍ରିଓ୍ଵାଲ୍ଙ୍କ ନିବେଦନ first appeared on Sambad.from କରୋନା | Sambad https://ift.tt/3uIXbGy
0 Comments