
ରାଞ୍ଚି : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବାପାମା’ଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ଉଭୟଙ୍କ ରିପୋର୍ଟ ପଜିଟିଭି୍ ଆସିବା ପରେ ସ୍ଥାନୀୟ ଏକ ଡାକ୍ତରଖାନାରେ ସେମାନେ ଚିକିତ୍ସିତ ହେଉଛନ୍ତି। ସଂପ୍ରତି ସେମାନେ ସୁସ୍ଥ ଅଛନ୍ତି ଏବଂ ଅମ୍ଲଜାନ ସ୍ତର ସ୍ଥିର ଅଛି ବୋଲି ସେମାନେ ଚିକିତ୍ସିତ ହେଉଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ସଂପ୍ରତି ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଆଇପିଏଲ୍ ଖେଳୁଛି। ମୁମ୍ବାଇର ୱାଙ୍ଖଡେରେ ଦଳ ଖେଳୁଛି। ଆଉ ଦୁଇଟି ମ୍ୟାଚ୍ ପରେ ସିଏସ୍କେ ମୁମ୍ବାଇରୁ ଦିଲ୍ଲୀ ଗସ୍ତ କରିବ। ସୂଚନାଯୋଗ୍ୟ ଯେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ମଙ୍ଗଳବାର ଝାଡ଼ଖଣ୍ଡ ସରକାର ଏପ୍ରିଲ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରିଛନ୍ତି।
The post ଧୋନିଙ୍କ ବାପା-ମା’ଙ୍କୁ କରୋନା first appeared on Sambad.from କରୋନା | Sambad https://ift.tt/3tLTik4
0 Comments