ନୂଆଦିଲ୍ଲୀ: ‘ଡବଲ୍‌ ମ୍ୟୁଟାଣ୍ଟ୍‌ ଷ୍ଟ୍ରେନ୍‌’ ସମେତ ଏକାଧିକ ଗୁଣସୂତ୍ରକ୍ରମ ପରିବର୍ତ୍ତିତ ‘ସାର୍ସ-କୋଭ୍‌-୨’ ଭୂତାଣୁକୁ ‘କୋଭାକ୍ସିନ୍‌’ ଫଳପ୍ରଦଭାବେ ନଷ୍ଟ କରୁଛି ବୋଲି ବୁଧବାର ଦିନ ‘ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ (ଆଇସିଏମ୍‌ଆର୍‌) କହିଛି।

ଏକାଧିକ ପରିବର୍ତ୍ତିତ ଗୁଣସୂତ୍ରଧାରୀ ଭୂତାଣୁଗୁଡ଼ିକୁ ‘କଲ୍‌ଚର୍‌’ କରିବା ପରେ ‘ଆଇସିଏମ୍‌ଆର୍‌’ ଏଭଳି ସିଦ୍ଧାନ୍ତରେ ପହଞ୍ଚିଛି। କୋଭିଡ୍‌ ଆକ୍ରାନ୍ତ କରୁଥିବା ଇଂଲଣ୍ଡ୍‌ର ‘ବି.୧.୧.୭’, ବ୍ରାଜିଲ୍‌ର ବି.୧.୧.୨୮ ଏବଂ ଦକ୍ଷିଣ ଆଫ୍ରିକାର ବି.୧.୩୫୧’ ଭଳି କେତେଗୁଡ଼ିଏ ଗୁଣସୂତ୍ରକ୍ରମ ପରିବର୍ତ୍ତିତ ଭୂତାଣୁକୁ ‘ଆଇସିଏମ୍‌ଆର୍‌’ ସଫଳତାର ‘ଆଇସୋଲେଟ୍‌’ କରି ‘କଲ୍‌ଚର୍‌’ କରିଥିଲା।

Image Courtesy of Business Today

ସୂଚନାଯୋଗ୍ୟ, ମେ ୧ ତାରିଖରୁ ଖୋଲା ବଜାରରେ ବିକ୍ରୟ ନିମନ୍ତେ ସରକାର ଅନୁମତି ଦେଇଥିଲେ ସୁଦ୍ଧା ଔଷଧ ଦୋକାନ କିଂବା ଫାର୍ମାସିରେ ବିକ୍ରୟ ନିମନ୍ତେ କୋଭିଡ୍‌ ଟିକା ମିଳିବ ନାହିଁ। କେବଳ ଡାକ୍ତରଖାନା ଏବଂ ଅନୁମୋଦନପ୍ରାପ୍ତ ଟିକାକରଣ କେନ୍ଦ୍ରମାନଙ୍କରେ ଏହି ଟିକା ଦିଆଯିବ।

ଜଣେ ସରକାରୀ ଅଧିକାରୀ କହିଛନ୍ତି, ‘ଏମର୍ଜେନ୍‌ସି ଲାଇସେନ୍‌ସର୍‌’ ନିୟମ ଅନୁସାରେ ମିଳୁଥିବା କାରଣରୁ କୋଭିଡ୍‌ ଟିକା ଔଷଧ ଦୋକାନରେ ବିକ୍ରିୟ କରାଯାଇ ପାରିବ ନାହିଁ। ଏହି ଟିକାକୁ ଉପଯୁକ୍ତ ପ୍ରତିଷ୍ଠାନରେ ଦିଆଯିବା ଏବଂ ଟିକାକରଣ ସମୟରେ ମାର୍ଗଦର୍ଶିକା ପାଳନ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ କଥା। ଏହା ବ୍ୟତିରେକେ, କୌଣସି ପାର୍ଶ୍ୱ ପ୍ରତିକ୍ରିୟାର ଚିହ୍ନଟ ଓ ଅନୁଶୀଳନ କରିବା ନିମନ୍ତେ ଓ୍ଵାର୍କପ୍ଲେସ୍‌ ସମେତ ଏହି ସବୁ ଟିକାକରଣ କେନ୍ଦ୍ରଗୁଡ଼ିକୁ ‘ଏଇଏଫ୍‌ଆଇ’ ପରିଚାଳନା କେନ୍ଦ୍ର ସହ ସଂଯୁକ୍ତ କରାଯାଇଛି।

The post ‘ଡବଲ୍‌ ମ୍ୟୁଟାଣ୍ଟ୍‌ ଷ୍ଟ୍ରେନ୍‌’ ସମେତ ଏକାଧିକ ଗୁଣସୂତ୍ରକ୍ରମ ପରିବର୍ତ୍ତିତ କରୋନାଭାଇରସ୍‌ ବିପକ୍ଷରେ କାମ ଦେଉଛି ‘କୋଭାକ୍ସିନ୍‌’: ଆଇସିଏମ୍‌ଆର୍‌ first appeared on Sambad.

from କରୋନା | Sambad https://ift.tt/3dzKLuM