
ପୁଡୁଚେରୀ: ଦେଶରେ କୋଭିଡ୍-୧୯ ସଂକ୍ରମଣ ମାମଲା ବୃଦ୍ଧି ବାତାବରଣରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଏପ୍ରିଲ୍ ୨୬ ତାରିଖ ପର୍ଯ୍ୟନ୍ତ ‘ଲକ୍ଡାଉନ୍’ ଘୋଷଣା କରିବ ବୋଲି ବୁଧବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।
ଗତକାଲି କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ରାତି ୧୦ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଜାରି କରିଥିଲା।
ଔପଚାରିକ ଘୋଷଣା ଅନୁସାରେ, କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ହେବାର ସମୟ ‘ସେମାନେ’ ନିଜେ ହିଁ ସ୍ଥିର କରିବେ। ଏଭଳି କୁହାଯିବାର ଉଦ୍ଦେଶ୍ୟ ହେଉଛି, ରାତ୍ର ୧୦ଟା ସୁଦ୍ଧା ଦୋକାନର ସମସ୍ତ କର୍ମଚାରୀ ଯେମିତି ଘରେ ପହଞ୍ଚନ୍ତି, ସେ ବାବଦରେ ଦୋକାନ ମାଲିକମାନେ ସୁନିଶ୍ଚିତ ହେବା ଉଚିତ।
ଏହାଛଡ଼ା, ରାତି ୮ଟା ସୁଦ୍ଧା ‘ଡାଇନ୍-ଇନ୍’ ବନ୍ଦ କରିବା ଲାଗି ପୁଡୁଚେରୀରେ ଥିବା ସମସ୍ତ ହୋଟେଲ୍ମାନଙ୍କୁ କୁହାଯାଇଛି। କିନ୍ତୁ, ରାତ୍ର ୧୦ଟା ପର୍ଯ୍ୟନ୍ତ ‘ହୋମ୍ ଡେଲିଭରି’ ସେବା ଅବ୍ୟାହତ ରହିବ ବୋଲି ଏହି ଆଦେଶନାମାରେ ନିର୍ଦେଶ ଅଛି।
The post ଏପ୍ରିଲ୍ ୨୬ ପର୍ଯ୍ୟନ୍ତ କୋଭିଡ୍-୧୯ ଲକ୍ଡାଉନ୍ ଘୋଷଣା କରିବ ପୁଡୁଚେରୀ first appeared on Sambad.from କରୋନା | Sambad https://ift.tt/3tBOFcd
0 Comments