ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଶନିବାର ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଜିଲ୍ଲାରେ ୫୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ମୃତ୍ୟୁବରଣ କରିଥିବା ୭୧ ବର୍ଷୀୟ ବୃଦ୍ଧ ହେଉଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ର। ସେ ବହୁଦିନରୁ ଏକାଧିକ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ୫ ତାରିଖ ଦିନ କରୋନାରେ ଆକ୍ରାନ୍ତ ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଶନିବାର ମୃତ୍ୟୁ ଘଟିଛି।

ସେହିପରି ଶନିବାର ଦିନ ନୂଆପଡ଼ା ଜିଲ୍ଲାରେ ୫୬ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରୁ କୋମନା ବ୍ଲକ୍‌ରେ ସର୍ବାଧିକ ୧୪ ଜଣ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ା ଡାକ୍ତରଖାନାରେ ୯ ଜଣ, ଖରିଆର୍‌ ରୋଡ୍‌ରେ ୯ ଜଣ, ଖଡ଼ିଆଳ ବ୍ଲକ୍‌ରେ ୧୩ ଜଣ, ସିନାପାଲି ବ୍ଲକ୍‌ରେ ୮ ଜଣ ଓ ବୋଡ଼େନ ବ୍ଲକ୍‌ରୁ ୩ ଜଣ। ଏମାନଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୧୩୧ରେ ପହଞ୍ଚିଛି। ସେପରି ଜିଲ୍ଲାରେ ୪୯୮ ଜଣ ଆକ୍ରାନ୍ତ ମଧ୍ୟରୁ ୪୭ ଜଣ ନୂଆପଡ଼ା କୋଭିଡ୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୪୫୧ ଜଣ ଗୃହ ସଂଗରୋଧରେ ଥିବା ନୂଆପଡ଼ା କୋଭିଡ୍‌ ଅଧିକାରୀ ଡା. ଗୋପାଳ ଚନ୍ଦ୍ର ମଲ୍ଲିକ ପ୍ରକାଶ କରିଛନ୍ତି।

The post ନୂଆପଡ଼ାରେ ପୁଣି ୫୬ ଆକ୍ରାନ୍ତ, ଜଣେ ମୃତ first appeared on Sambad.

from କରୋନା | Sambad https://ift.tt/3fZkYxN