
ଭୁବନେଶ୍ବର: ଦଶମ ଶ୍ରେଣୀ ପରୀକ୍ଷାକୁ ନେଇ ନବୀନ ନିବାସ ସମ୍ମୁଖରେ ଛାତ୍ରଛାତ୍ରୀ। ପରୀକ୍ଷା ହେବ କି ନାହିଁ, ସେ ଦ୍ୱନ୍ଦ୍ୱ ଦୂର କରିବା ନେଇ ନବୀନ ନିବାସରେ ନିଜ ଦାବି ଜଣାଇବାକୁ ଯାଇଛନ୍ତି ଛାତ୍ରଛାତ୍ରୀ। ମନ୍ତ୍ରୀଙ୍କ ପାଖରୁ ସନ୍ତୋଷଜନକ ଉତ୍ତର ନପାଇବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି ଭୁବନେଶ୍ୱରର ପ୍ରାୟ ୧୫ଟି ସରକାରୀ ସ୍କୁଲର ଦଶମ ଶ୍ରେଣୀର ଛାତ୍ରଛାତ୍ରୀ।
ତେବେ ସ୍କୁଲ ଛାତ୍ରଛାତ୍ରୀ ଦାବି ରଖି କହିଛନ୍ତି, ଯଦି ସିବିଏସଇ ପିଲାଙ୍କ ପରୀକ୍ଷା ବାତିଲ କରାଯାଉଛି, ତାହେଲେ ଆମର ପରୀକ୍ଷା କାହିଁକି ବାତିଲ କରାଯିବନାହିଁ। ଆମ ଭବିଶ୍ୟତ ସହିତ ସରକାର ଖେଳ ଖେଳୁଛନ୍ତି । ଗଣଶିକ୍ଷା ମନ୍ତ୍ରୀଙ୍କ ପାଖକୁ ଦାବି ଜଣାଇବା ପାଇଁ ଯାଇଥିଲୁ କିନ୍ତୁ କୌଣସି ସନ୍ତୋଷଜନକ ଉତ୍ତର ମିଳିଲାନି। ଆସନ୍ତା ଦିନରେ ଯଦି ଆମର ଦାବି ପୁରଣ ନହୁଏ, ତାହେଲେ ରାଜରାସ୍ତାରେ ଏମିତି ବସି ରହିବୁ ବୋଲି ଛାତ୍ରଛାତ୍ରୀମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
The post ନବୀନ ନିବାସ ସମ୍ମୁଖରେ ଛାତ୍ରଛାତ୍ରୀ: ପରୀକ୍ଷା ହେବ କି ନାହିଁ, ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଧାରଣା first appeared on Sambad.
from କରୋନା | Sambad https://ift.tt/3n5QA6q
0 Comments