ଭୁବନେଶ୍ବର:୧୮ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ବିଶେଷଙ୍କୁ ଟିକାକରଣ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ମେ ୧ ତାରିଖରୁ ଓଡ଼ିଶା ଯୁବବର୍ଗଙ୍କର ଟିକାକରଣ ଆରମ୍ଭ ହେବ। ଯୁବକଙ୍କୁ ଟିକା ଦେବା ପାଇଁ ରାଜ୍ୟରେ ଅଧିକ ସେସନ ସାଇଟ ଓ ଟିକାକରଣ କେନ୍ଦ୍ର ଖୋଲାଯିବ। ଏଥିଲାଗି କୋଇନ ଆପ ଓ ସ୍ପଟ ରେଜିଷ୍ଟ୍ରେସନ ମାଧମରେ ପଞ୍ଜିକରଣ କରାଯିବ। ସରକାରୀ ଓ ଘରୋଇ ହସ୍ପିଟାଲରେ ପୂର୍ବ ଭଳି ଟିକାକରଣ କରାଯିବ। ତେବେ ସହରାଞ୍ଚଳଗୁଡ଼ିକରେ ସପ୍ତାହନ୍ତ ସଟଡାଉନ ସମୟରେ ଟିକାକରଣ ବନ୍ଦ ରହିବ।
ଓଡ଼ିଶାକୁ ଆଜି ୧ଲକ୍ଷ କୋଭିସିଲଡ ଟିକା ଆସୁଛି ଏବଂ ଏହା ଅପରାହ୍ନ ଗୋଟାଏରେ ପହଞ୍ଚିବ ବୋଲି ବି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

The post ଆଜି ଓଡ଼ିଶାକୁ ୧ଲକ୍ଷ କୋଭିସିଲଡ ଟିକା ଆସୁଛି: ପରିବାର କଲ୍ୟାଣ ନିର୍ଦ୍ଦେଶକ first appeared on Sambad.

from କରୋନା | Sambad https://ift.tt/3svnRc5