କଟକ: କୁମ୍ଭମେଳାରୁ ଫେରିଥିବା କଟକର ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ଖବର ମିଳିଛି। ୩୦ଟି ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୧୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକ ରେଳ ଷ୍ଟେସନରେ ଯାଞ୍ଚ ବେଳେ ପଜିଟିଭ୍ ଚିହ୍ନଟ ହୋଇଥିବା କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
କୁମ୍ଭମେଳାକୁ ଯାଇଥିବା ଲୋକଙ୍କୁ ନେଇ ରାଜ୍ୟ ସରକାର ପୂର୍ବରୁ ଚିନ୍ତା ପ୍ରକଟ କରିଥିଲେ। ରାଜ୍ୟକୁ ଫେରିବା ପାଇଁ କରୋନାର ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଥିଲା। ଆଉ ଏବେ କୁମ୍ଭ ମେଳାରୁ ଫେରିଥିବା ୩୦ଜଣ ଲୋକଙ୍କ ମଧ୍ୟରୁ ୧୩ଜଣ ଲୋକ କରୋନା ପଜିଟିଭ୍ ଆସିବା, ନିହାତି ଭାବେ ଚିନ୍ତାଜନକ ବିଷୟ।
The post କୁମ୍ଭମେଳାରୁ ଫେରିଥିବା କଟକର ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ first appeared on Sambad.from କରୋନା | Sambad https://ift.tt/3v5huOk
0 Comments