ନୂଆଦିଲ୍ଲୀ: କୋଭିଡ୍‌-୧୯ ସଂକ୍ରମଣ ମାମଲା ବ୍ୟାପକ ଭାବେ ବୃଦ୍ଧି ପାଉଥିବାରୁ ଏପ୍ରିଲ୍‌ ୧୧ ଠାରୁ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ନିଉଜିଲାଣ୍ଡ୍‌ ପ୍ରବେଶ ଉପରେ ସାମୟିକ ଭାବେ ନିଷେଧାଜ୍ଞା ଜାରି କରାଯାଇଥିବା କଥା ଆଜି ନିଉଜିଲାଣ୍ଡ୍‌ର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍‌ ଘୋଷଣା କରିଛନ୍ତି।

ନିଉଜିଲାଣ୍ଡ୍‌ର ନିଜସ୍ୱ ନାଗରିକଙ୍କ ସମେତ ସମସ୍ତ ଯାତ୍ରୀଙ୍କ ପାଇଁ ଜାରି ହୋଇଥିବା ଏହି ନିଷେଧାଜ୍ଞା ଏପ୍ରିଲ୍‌ ୧୧ ତାରିଖ ସ୍ଥାନୀୟ ସମୟ ଅପରାହ୍ଣ ୪ଟାରୁ ଏପ୍ରିଲ୍‌ ୨୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍‌ କହିଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ କହିଛି। ପୁନର୍ବାର ଯାତ୍ରୀମାନଙ୍କୁ ଦେଶ ପ୍ରବେଶ ଅନୁମତି ଦେବା ଲାଗି ଏହି ନିଷେଧାଜ୍ଞା ଜାରି ସମୟ ମଧ୍ୟରେ ‘ରିସ୍କ୍‌ ମ୍ୟାନେଜ୍‌ମେଣ୍ଟ୍‌’ ପଦକ୍ଷେପ ସବୁର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

Image Courtesy of Matrubhumi

ଗତ ତିନି ଦିନ ଧରି ଭାରତରେ ଦୈନିକ ସଂକ୍ରମଣ ୧ ଲକ୍ଷରୁ ଅଧିକ ରିପୋର୍ଟ ହେଉଥିବା ବେଳେ ନିଉଜିଲାଣ୍ଡ୍‌ ଭାରତୀୟ ଯାତ୍ରୀଙ୍କ ନିମନ୍ତେ ଏଭଳି ନିଷେଧାଜ୍ଞା ଜାରି କରିଛି।

The post କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି କାରଣରୁ ଭାରତରୁ ଆସୁଥିବା ଯାତ୍ରୀମାନଙ୍କୁ ନିଉଜିଲାଣ୍ଡ୍‌ ପ୍ରବେଶ ମନା first appeared on Sambad.

from କରୋନା | Sambad https://ift.tt/31ZloM4