ନୂଆଦିଲ୍ଲୀ: ପ୍ରଥମ ଡୋଜ୍‌ ନେବାର ୩୭ ଦିନ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି।

ଟିକା ନେବା ସମୟର ଏକ ଫଟୋ ସେୟାର୍‌ କରିବା ସହ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଆଜି ‘ଏମ୍‌ସ୍‌’ରେ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍‌ ନେଲି। ଭୂତାଣୁକୁ ପରାହତ କରିବା ଲାଗି ଥିବା ସ୍ୱଳ୍ପ କେତୋଟି ଉପାୟ ମଧ୍ୟରୁ ଟିକାକରଣ ଅନ୍ୟତମ। ଆପଣ ଯଦି ଟିକା ନେବାକୁ ଯୋଗ୍ୟ, ତୁରନ୍ତ ଟିକା ନିଅନ୍ତୁ। CoWin.gov.inରେ ପଞ୍ଜିକରଣ କରନ୍ତୁ।

ପୁଡୁଚେରୀର ପି. ନିବେଦିତା ଏବଂ ପଞ୍ଜାବର ନିଶା ଶର୍ମା ନାମ୍ନୀ ଦୁଇଜଣ ନର୍ସ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଫୋଡ଼ିଛନ୍ତି।

ସୂଚନାଯୋଗ୍ୟ, ମାର୍ଚ ପହିଲାରେ କରୋନାଭାଇରସ୍‌ ବିପକ୍ଷରେ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ହିତାଧିକାରୀ ଥିଲେ ପ୍ରଧାନମନ୍ତ୍ରୀ ମୋଦୀ।

The post ଦ୍ୱିତୀୟ ଡୋଜ୍‌ କୋଭିଡ୍‌-୧୯ ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦୀ first appeared on Sambad.

from କରୋନା | Sambad https://ift.tt/3dLrXaG