
ନୂଆଦିଲ୍ଲୀ : ଦ୍ବିତୀୟ ଲହରରେ ଦେଶରେ ସଂକ୍ରମଣ ଏବଂ ମୃତ୍ୟୁ ଲଗାତାର ବଢ଼ି ଚାଲିଛି। ତେବେ ଦୈନିକ ସଂକ୍ରମଣ ମାମଲାରେ ଭାରତ ଆମେରିକାକୁ ଟପି ଯାଇଥିଲେ ମଧ୍ୟ ଆମେରିକା, ବ୍ରାଜିଲ୍ ତୁଳନାରେ ଭାରତରେ କମ୍ କରୋନା ମୃତ୍ୟୁ ରହିଛି। କରୋନା ମୃତ୍ୟୁ କ୍ଷେତ୍ରରେ ଆମେରିକା ସବୁଠୁ ଶୀର୍ଷରେ। ଆମେରିକାରେ ସର୍ବାଧିକ ୫.୭୦ ଲକ୍ଷ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ବ୍ରାଜିଲ୍ରେ ୩.୮୩ ଲକ୍ଷ ଏବଂ ମେକ୍ସିକୋରେ ୨.୧୪ ଲକ୍ଷ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି। ଏପ୍ରିଲ ୨୧ ପରଠାରୁ ଭାରତରେ ପ୍ରତିଦିନ ୨ ହଜାରରୁ ଅଧିକ କରୋନା ମୃତ୍ୟୁ ହେଉଛି। ଗତକାଲି ଭାରତରେ ୨୬୨୪ କରୋନା ମୃତ୍ୟୁ ହୋଇଛି। ଚଳିତ ବର୍ଷ ଜାନୁଆରି ୮ରେ ଆମେରିକାରେ ସର୍ବାଧିକ ୪,୨୯୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ଏପ୍ରିଲ ୭ ତାରିଖରେ ବ୍ରାଜିଲ୍ରେ ୪,୧୯୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ଏହା ତୁଳନାରେ ଭାରତରେ ଖୁବ୍ କମ୍ କରୋନା ମୃତ୍ୟୁ ରହିବା ଆଶ୍ବସ୍ତିର କାରଣ ହୋଇଛି।
The post ଆମେରିକା, ବ୍ରାଜିଲ୍ ତୁଳନାରେ ଭାରତରେ କମ୍ କରୋନା ମୃତ୍ୟୁ first appeared on Sambad.from କରୋନା | Sambad https://ift.tt/3sMQWQj
0 Comments