
ନୂଆଦିଲ୍ଲୀ: ଦିନକୁ ଦିନ କୋଭିଡ୍ ସକ୍ରିୟ ମାମଲା ବଢ଼ିଚାଲିଥିବା ବେଳେ ପୀଡ଼ିତଙ୍କ ପରିବାର ଓ ଡାକ୍ତରଖାନା କର୍ତ୍ତୃପକ୍ଷ ଅହରହ ସଂଘର୍ଷ କରିଚାଲିଛନ୍ତି। ତେବେ ସମସ୍ତଙ୍କ ଅଲକ୍ଷ୍ୟରେ ବିଶେଷ କରି ସହରାଞ୍ଚଳରେ ଅନେକଙ୍କ ପାଇଁ ରନ୍ଧାଖାଦ୍ୟ ପାଇବା ହିଁ ସାମ୍ପ୍ରତିକ ସ୍ଥିତିରେ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି। ସୌଭାଗ୍ୟବଶତଃ କିଛି ସମ୍ବେଦନଶୀଳ ନାଗରିକ ଖାଦ୍ୟ ପ୍ରସ୍ତୁତ କରି କୋଭିଡ୍ ପୀଡ଼ିତ ପରିବାର ବା ସପ୍ତାହବ୍ୟାପୀ ଲକ୍ଡାଉନ୍ ଭୋଗୁଥିବା ପରିବାର ପାଖରେ ପହଞ୍ଚାଇ ପରିସ୍ଥିତିକୁ ହାଲକା କରିଦେଇ ପାରୁଛନ୍ତି। ଏହି କ୍ରମରେ ଦ୍ବାଦଶ ଶ୍ରେଣୀ ଛାତ୍ରୀ ଅବନ୍ତିକାଙ୍କର ଆନ୍ତରିକ ଉଦ୍ୟମ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁଯାୟୀ, ଦୁଇ ସପ୍ତାହ ତଳେ କିଛି କୋଭିଡ୍ ଆକ୍ରାନ୍ତ ପରିବାର ବିଭିନ୍ନି କାରଣରୁ ନିଜ ଘରେ ରୋଷେଇ କରିପାରୁନଥିବା ସମସ୍ୟା ଅବନ୍ତିକାଙ୍କ ମନକୁ ଖୁବ୍ ଆନ୍ଦୋଳିତ କରିଥିଲା।
ଏଭଳି ସ୍ଥିତିରେ ସଂପୃକ୍ତ ପରିବାର ପାଖରେ ରନ୍ଧାଖାଦ୍ୟ ପହଞ୍ଚାଇବା ଉଦ୍ଦେଶ୍ୟରେ ନିଜ ଘରେ ଆବଶ୍ୟକ ରୋଷେଇ କରିବା ଲାଗି ସେ ନିଜ ପିତାମାତାଙ୍କ ଅନୁମତି ଲୋଡ଼ିଥିଲେ। ଏଥିରେ ସେମାନେ ସମ୍ମତି ପ୍ରଦାନ କରିଥିଲେ। ଅପରପକ୍ଷେ, ଗତବର୍ଷର ଲକଡାଉନ୍ ବେଳେ ଘରେ ରହି ସେମାନେ ରୋଷେଇରେ ପ୍ରବୀଣ ହୋଇପାରିଥିଲେ। ତେବେ ଅବନ୍ତିକାଙ୍କ କଥାରେ ତାଙ୍କ ଘରେ ରୋଷେଇ ଆରମ୍ଭ ହେଲା। ଏବେ ସେମାନଙ୍କ ରନ୍ଧାଖାଦ୍ୟ ପାଇଁ ଦିନକୁ ୫୦ଟି ଅନୁରୋଧ ଆସୁଥିବା ବେଳେ ସେମାନେ ମାତ୍ର ୩୦ ପରିବାର ପାଖରେ ରନ୍ଧାଖାଦ୍ୟ ପହଞ୍ଚାଇପାରୁଛନ୍ତି। ଅବନ୍ତିକାଙ୍କ ପରିବାର ପରି ନୂଆଦିଲ୍ଲୀର ଏଭଳି ଅନେକ ସମ୍ବେଦନଶୀଳ ନାଗରିକ କୋଭିଡ୍ ପୀଡ଼ିତ ପରିବାର ମୁହଁରେ ରନ୍ଧାଖାଦ୍ୟ ଯୋଗାଇ ସେମାନଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିଛନ୍ତି।
The post ମହାମାରୀ ସମୟରେ ମହାନୁଭବତା, ଘରକୁ ଘର ଖାଦ୍ୟ ଯୋଗାଣ ଜୀବନ ବଞ୍ଚାଇ ଦେଉଛି first appeared on Sambad.from କରୋନା | Sambad https://ift.tt/3eJlzl1
0 Comments