ସମ୍ବଲପୁର : କରୋନା ପାଇଁ ମଣିଷ ନିଜ ମାନବିକତାକୁ ହଜାଇ ସାରିଲାଣି। କୋଭିଡରେ ମୃତ୍ୟୁ ହେବା ପରେ ତାଙ୍କ ଶବଦାହ କରିବାକୁ ବି କିଛି ପରିବାର ଲୋକେ ଆସୁନଥିବା କୁହାଯାଇଛି। ଭିମ୍‌ସାର କୋଭିଡ୍ ହସ୍ପିଟାଲ୍‌ରେ ମୃତ କରୋନ ଆକ୍ରାନ୍ତଙ୍କ ଶବ ଦିନ ଦିନ ପଡ଼ି ରହୁଛି। ଏହା ଆମ ସଭ୍ୟସମାଜ ଉପରେ ପୁଣି ଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ଗୋଟିଏ କି ୨ଟି ନୁହେଁ, ପରିବାର ଲୋକ ଆସୁନଥିବା କାରଣରୁ ବୁର୍ଲା କୋଭିଡ୍ ହସ୍ପିଟାଲ୍‌ରେ ୪ କରୋନା ଆକ୍ରାନ୍ତଙ୍କ ଶବ ପଡ଼ି ରହିଛି। ନିଜ ପରିବାରର ଯିଏ ଦିନେ ସକ୍ରିୟ ସଦସ୍ୟ ଥିଲା, ତାକୁ ଆଜି ପରିବାର ଲୋକେ ପର କରିଦେଉଛନ୍ତି। ପରିବାର ଲୋକେ ଆସୁନଥିବାରୁ ୩ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାରେ ମହାନଗର ନିଗମ ପକ୍ଷରୁ ଶବଦାହ କରାଯିବ ବୋଲି ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଅଧିକାରୀ କହିଛି।

ତେବେ, ଡାକ୍ତରଖାନା ସହିତ ସଂପୃକ୍ତ ଅନ୍ୟ ଜଣେ ବ୍ୟକ୍ତି ଭିନ୍ନ କଥା କହିଛନ୍ତି। ‌କୋଭିଡ୍‌ ହସ୍ପିଟାଲରେ ପ୍ରତିଦିନ ବହୁ ରୋଗୀଙ୍କ ମୃତ୍ୟୁ ଘଟିଛି। ଯେଉଁଦିନ ଅଧିକ ଲୋକଙ୍କ ମୃ୍‌ତ୍ୟୁ ଘଟୁଛି, ସେଦିନର ବାସ୍ତବ ମୃତକ ସଂଖ୍ୟା କାଗଜପତ୍ରରେ ଦର୍ଶାଯାଉ ନାହିଁ। ସେଦିନ କିଛି ଲୋକଙ୍କ ମୃତ୍ୟୁ ଦେଖାଯାଇ ତା’ ପରଦିନ ବାକି ମୃତ୍ୟୁ କାଗଜପତ୍ର ଦର୍ଶାଯାଉଛି ବୋଲି ସେ କହିଛନ୍ତି।

The post ହଜିଗଲାଣି ମାନବିକତା, ଡାକ୍ତରଖାନାରେ ଦିନ ଦିନ ଧରି ପଡ଼ି ରହୁଛି ଶବ first appeared on Sambad.

from କରୋନା | Sambad https://ift.tt/3gzn8UT