
ନୂଆଦିଲ୍ଲୀ: ସଂକ୍ରମଣ ହାର ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବେଳେ ବିପୁଳ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ କରୋନାଭାଇରସ୍ ଟିକା ଦେବା ନିମନ୍ତେ ଆଜି ଦେଶବ୍ୟାପୀ ଆରମ୍ଭ ହେଉଛି ‘ଟିକା ଉତ୍ସବ’। ଏପ୍ରିଲ୍ ୧୧ରୁ ଆରମ୍ଭ ହେଉଥିବା ଏହି ‘ଟିକା ଉତ୍ସବ’ ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।
ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଏପ୍ରିଲ୍ ୧୧ରୁ ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ଆମେ ‘ଟିକା ଉତ୍ସବ’ ପାଳନ କରି ପାରିବା କି? ଏହି ସମୟ ମଧ୍ୟରେ ଆମେ ଯେତେ ସମ୍ଭବ ସେତେ ଲୋକଙ୍କୁ ଟିକା ଦେବା। ଏବଂ ଆଦୌ ଟିକା ନଷ୍ଟ କରାଇ ଦେବା ନାହିଁ।
ଉତ୍ତର ପ୍ରଦେଶ ଓ ବିହାର ଭଳି ରାଜ୍ୟ ଏହି ଉତ୍ସବ ପାଇଁ ପୂର୍ଣ୍ଣ ସମର୍ଥନ ଜଣାଇବା ସହ ଏହି ଚାରି ଦିନ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ନେବା ନିମନ୍ତେ ଅନୁରୋଧ କରିଛନ୍ତି।
କିନ୍ତୁ, ବିରୋଧୀଦଳର ନେତାମାନେ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ରାହୁଳ ଗାନ୍ଧୀ କହିଛନ୍ତି, କରୋନାଭାଇରସ୍ ସଂକ୍ରମଣ ବୃଦ୍ଧିପାଉଥିବା ବାତାବରଣରେ ଟିକା ଅଭାବ ଗୋଟାଏ ବଡ଼ ସମସ୍ୟା, ଉତ୍ସବ ନୁହେଁ।
The post ଗଣ ଟିକାକରଣ ପାଇଁ ମୋଦୀଙ୍କ ଆହ୍ଵାନ; ଆଜିଠୁ ଆରମ୍ଭ ହେଉଛି ୪ ଦିନିଆ ‘ଟିକା ଉତ୍ସବ’ first appeared on Sambad.from କରୋନା | Sambad https://ift.tt/3a02cT9
0 Comments