
ଲଣ୍ଡନ୍: ବ୍ରିଟେନ୍ର ଅନ୍ତଃସତ୍ତ୍ୱା ନାରୀମାନେ ‘ଫାଇଜର୍’ କିଂବା ‘ମଡର୍ଣ୍ଣା’ ନିର୍ମିତ କୋଭିଡ୍-୧୯ ଟିକା ନେବା ଉଚିତ ବୋଲି ‘ବ୍ରିଟିସ୍ ପବ୍ଲିକ୍ ବଡି’ ଶୁକ୍ରବାର ଦିନ କହିଛି। ଉପରୋକ୍ତ ଟିକା ନିରାପଦ ବୋଲି ତତ୍ତ୍ୱାବଧାନିକ ତଥ୍ୟାବଳିରୁ ଜଣାପଡ଼ିଥିବା କଥା ସେମାନେ କହିଛନ୍ତି।
‘ଜଏଣ୍ଟ୍ କମିଟି ଅନ୍ ଭ୍ୟାକ୍ସିନେସନ୍ ଆଣ୍ଡ୍ ଇମ୍ୟୁନାଇଜେସନ୍’ (ଜେସିଭିଆଇ) କହିଛି ଯେ, ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୯୦,୦୦୦ ଅନ୍ତଃସତ୍ତ୍ୱା ନାରୀମାନଙ୍କୁ ମୁଖ୍ୟତଃ ଏହି ଦୁଇଟି ଟିକା ଦିଆଯାଇଛି। କାହାରି କ୍ଷେତ୍ରରେ ଏହି ଟିକା କୌଣସି ମନ୍ଦ ପ୍ରତିକ୍ରିୟା ଦେଖାଇଥିବା ଜଣାପଡ଼ିନାହିଁ।
ଏହି ତଥ୍ୟାବଳିକୁ ଆଧାର କରି ‘ଜେସିଭିଆଇ’ ପରାମର୍ଶ ଦେଇଛି ଯେ, ଇଂଲଣ୍ଡରେ ଯେଉଁ ସବୁ ଅଞ୍ଚଳରେ ‘ଫାଇଜର୍-ବାୟୋଏନ୍ଟେକ୍’ କିଂବା ‘ମଡର୍ଣ୍ଣା’ ଟିକା ମିଳୁଛି ସେଠାକାର ନାରୀମାନଙ୍କୁ ଏହି ଟିକା ଦିଆଯିବା ଉଚିତ। ଏହାର ଅର୍ଥ ନୁହେଁ ଯେ, ଅନ୍ୟ ଟିକା ସବୁ ଅନ୍ତଃସତ୍ତ୍ୱା ନାରୀଙ୍କ ନିମନ୍ତେ ନିରାପଦ ନୁହେଁ, କିନ୍ତୁ ସେ ସବୁ ଉପରେ ଅଧିକ ଗବେଷଣା ଲୋଡ଼ା।
ଟିକାର ପ୍ରଭାବ ସମ୍ବନ୍ଧରେ ଯଥେଷ୍ଟ ସୂଚନା ଜଣା ନ ଥିବାରୁ ପୂର୍ବରୁ ଇଂଲଣ୍ଡ୍ରେ ଅନ୍ତଃସତ୍ତ୍ୱା ନାରୀମାନଙ୍କୁ ଏହି ଟିକା ନେବାକୁ ବାରଣ କରାଯାଉଥିଲା।
The post ଅନ୍ତଃସତ୍ତ୍ୱା ନାରୀଙ୍କ ପାଇଁ ‘ଫାଇଜର୍’ ଓ ‘ମଡର୍ଣ୍ଣା’ ଟିକା ସୁପାରିସ କଲା ଇଂଲଣ୍ଡ୍ର ବିଶେଷଜ୍ଞ କମିଟି first appeared on Sambad.from କରୋନା | Sambad https://ift.tt/2RIQ6aH
0 Comments