ଭୁବନେଶ୍ବର: ରାଜ୍ୟରେ ୩ଟି ଜିଲ୍ଲା ଝାରସୁଗୁଡ଼ା, ନୂଆପଡ଼ା ଓ କୋରାପୁଟରେ ସମ୍ପୂର୍ଣ୍ଣ ଭାବେ ଟିକା କରଣ ବନ୍ଦ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟର ୧୫୦୦ ଟିକାକରଣ କେନ୍ଦ୍ରରୁ ୧୦୭୩ କେନ୍ଦ୍ରରେ ଟିକା ନଥିବାରୁ ଟିକାକରଣ ବନ୍ଦ ରଖାଯାଇଛି।
ସେ କହିଛନ୍ତି, ୧୦ଟି ଜିଲ୍ଲାର ସହରାଞ୍ଚଳରେ ହୋଇଥିବା ସପ୍ତାହନ୍ତ ସଟଡାଉନ ଯୋଗୁ ସେଠି ବି ଟିକାକରଣ ବନ୍ଦ ରଖାଯାଇଛି। ରାଜ୍ୟରେ ଯେତିକି ଟିକା ରହିଛି, ତାହା ଦ୍ବାରା୨ରୁ ୩ ଦିନ ଟିକାକରଣ ହୋଇ ପାରିବ।
ଏବେ ରାଜ୍ୟରେ ୩.୬ ଲକ୍ଷ କୋଭିସିଲିଡ ଟିକା ଓ ୨,୩ ଲକ୍ଷ କୋଭାକ୍ସିନ ଟିକା ରହିଛି। ଟିକା ଅଭାବ ସମ୍ପର୍କରେ ଆମେ କେନ୍ଦ୍ର ସରକାରଙ୍କ ନିକଟକୁ ବାରମ୍ବାର ଚିଠି ଲେଖୁଛୁ।
from କରୋନା | Sambad https://ift.tt/32oH3xM
0 Comments