ଭୁବନେଶ୍ବର: ପଜିଟିଭ ସଂଖ୍ୟା ବଢ଼ିଲେ ତାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, କରୋନାର ଚେନ ଭାଙ୍ଗିବା ସରକାର ସବୁ ପଦକ୍ଷେପ ନେଇଛନ୍ତି। ଆଜିଠୁଁ ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲାରେ ସଟଡାଉନ ଓ ଲକ ଡାଉନ କରାଯାଉଛି। ଛତିଶଗଡ଼ରୁ ଯେଉଁମାନେ ଆସିଛନ୍ତି, ଜଣଙ୍କଠୁଁ ୩୦ଜଣ ସଂକ୍ରମିତ ହେଉଛନ୍ତି। କରୋନା ଡ୍ରପଲେଟ ବାୟୁମଣ୍ଡଳରେ ବୁଲୁଛି। ଏଣୁ ନିହାତି କାମ ନଥିଲେ ବାହାରକୁ ବାହାରନ୍ତୁନି।ରାତି ୯ଟା ବେଳେ କର୍ଫ୍ୟୁ ଅଛି ଭାବି ବଜାରରେ ଭିଡ଼ ଜମାନ୍ତୁ ନାହିଁ। ଅମାନିଆଙ୍କ ପାଇଁ ସଂକ୍ରମଣ ବଢୁଛି। ଏଣୁ ଦାୟିତ୍ୱ ନେବାର ସମୟ ଆସିଛି। ପ୍ରତ୍ୟେକ ଦିନ ତଳ ସ୍ତରରୁ ତଦାରଖ କରୁଛୁ। ଆଗକୁ ଯଦି ସଂକ୍ରମଣ ବଢେ, ତାକୁ ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛୁ। ଯଦି ଆଗକୁ ଆଗକୁ ଅଧିକ ଲୋକ ସଂକ୍ରମିତ ହୁଅନ୍ତି, ସେମାନଙ୍କୁ ଘରୋଇ ସଙ୍ଗରୋଧ ବ୍ୟବସ୍ଥା ହୋଇଛିବୋଲି ସେ ସୂଚନା ଦେଇଛନ୍ତି।

The post ପଜିଟିଭ ସଂଖ୍ୟା ବଢ଼ିଲେ ତାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ first appeared on Sambad.

from କରୋନା | Sambad https://ift.tt/32l0Yh5