ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ୧୪ ମୃତକଙ୍କ ମଧ୍ୟରୁ କୋରାପୁଟ ଓ ସୁନ୍ଦରଗଡ଼ରୁ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ସୁନ୍ଦରଗଡ଼ର ୬୦ ଓ ୬୫ ବର୍ଷିୟ ପୁରୁଷ ଓ ଜଣେ ୧୬ ବର୍ଷୀୟା ଯୁବତୀ ଅଛନ୍ତି। କୋରାପୁଟର ଦୁଇ ପୁରୁଷ(୫୨ ଓ ୫୬), ଜଣେ ମହିଳା ଆକ୍ରାନ୍ତ(୬୦) ପ୍ରାଣ ହରାଇଛନ୍ତି। ଏହାଛଡ଼ା ଖୋର୍ଦ୍ଧା ଜଣେ ୫୨ବର୍ଷିୟ ପୁରୁଷ ଓ ଜଣେ ୭୪ ବର୍ଷୀୟା ମହିଳା ଅଛନ୍ତି। ରାୟଗଡ଼ା ଜିଲ୍ଲାରୁ ୨ଜଣ ୪୮ ଓ ୪୧ ବର୍ଷୀୟା ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ(୭୮ବର୍ଷିୟ ପୁରୁଷ), କଳାହାଣ୍ଡି(୬୦ବର୍ଷିୟ ପୁରୁଷ), ନବରଙ୍ଗପୁର(୪୫ ବର୍ଷିୟ ପୁରୁଷ) ଓ ସମ୍ବଲପୁରରୁ(୩୦ବର୍ଷିୟ ପୁରୁଷ) କରୋନା ପଜିଟିଭ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜଣାଯାଇଛି।
11. A 30 years old male of Sambalpur district.
12. A 60 years old male of Sundargarh district.
13. A 16 years old female of Sundargarh district.
14. A 65 years old male of Sundargarh district.
— H & FW Dept Odisha (@HFWOdisha) April 30, 2021
ସୂଚନାଯୋଗ୍ୟ,ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ସଙ୍ଗରୋଧରୁ ୩୭୩୩ ଓ ୪୯୪୮ଜଣ ସ୍ଥାନୀୟ ସଂକ୍ରମିତ ଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ସୁନ୍ଦରଗଡ଼ରୁ ୭୪୫, କଟକରୁ ୫୭୦ ଓ ପୁରୀରୁ ୫୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଠିକ୍ ସେହିପରି ଅନୁଗୁଳ ଜିଲ୍ଲାରୁ ୪୧୯, ବାଲେଶ୍ୱରରୁ ୧୫୫, ବଲାଙ୍ଗୀରରୁ ୪୫୯, ବରଗଡ଼ରୁ ୪୨୩, ଭଦ୍ରକରୁ ୧୦୩, ଝାରସୁଗୁଡ଼ାରୁ ୪୧୧, ସମ୍ବଲପୁରରୁ ୪୧୦, ନବରଙ୍ଗପୁରରୁ ୩୬୮, ଯାଜପୁରରୁ ୩୨୧, ନୂଆପଡ଼ାରୁ ୩୦୪, ଷ୍ଟେଟ୍ ପୁଲ୍ରୁ ୨୭୭ ଚିହ୍ନଟ ହୋଇଛନ୍ତି।
ମୟୂରଭଞ୍ଜରୁ ୨୨୦, ଗଞ୍ଜାମରୁ ୧୯୮, କଳାହାଣ୍ଡିରୁ ୧୯୫, ନୟାଗଡ଼ରୁ ୧୬୦, ରାୟଗଡ଼ାରୁ ୧୫୧, କେନ୍ଦୁଝରରୁ ୧୪୮, ଗଜପତିରୁ ୧୨୫, କୋରାପୁଟରୁ ୧୧୩, ଦେବଗଡ଼ରୁ ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ୪୪ ହଜାର ୧୯୪କୁ ବୃଦ୍ଧି ପାଇଛି। ଏମାନଙ୍କ ଭିତରୁ ୩୮୦୪୦୦ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ରାଜ୍ୟରେ ୬୧୬୯୮ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି।
from କରୋନା | Sambad https://ift.tt/330UPGX
0 Comments