ଭୁବନେଶ୍ବର: ସିଲ ହେଲା ଭୁବନେଶ୍ୱରର ଇନ୍ଦ୍ରଧନୁ ମାର୍କେଟ। କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ ରାଜଧାନୀର ଅନ୍ୟତମ ପ୍ରମୁଖ ବଜାର ଇନ୍ଦ୍ରଧନୁ ମାର୍କେଟକୁ ୨୪ ଘଣ୍ଟା ପାଇଁ ସିଲ୍ କରିଛି। ରାଜ୍ୟର ସମସ୍ତ ସହରାଞ୍ଚଳରେ ସଟଡାଉନ ବଳବତ୍ତର ଥିବାରୁ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ମାର୍କେଟ।

ସୂଚନାଯୟ, ଗତକାଲି ବିଏମସି ସହିଦ ନଗର ଅଞ୍ଚଳରେ ରିଲାଏନ୍ସ ଟ୍ରେଣ୍ଡସ୍ ଶୋ’ରୁମକୁ ସିଲ୍ କରିଥିଲା । ଏହା ପୂର୍ବରୁ ଏପ୍ରିଲ୍ ୨୮ ରେ, ବିଏମସି କୋଭିଡ୍ କଟକଣା ଉଲ୍ଲଂଘନ କରି ମାର୍କେଟ୍ ବିଲଡିଂ, ଭିଏସ୍ଏସ୍ ନଗର ବଜାର ଏବଂ ସହରର ବିଭିନ୍ନ ସ୍ଥାନରେ ଥିବା ଅନେକ ଦୋକାନକୁ ସିଲ୍ କରିଥିଲା।

The post କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ ସିଲ୍ ହେଲା ଭୁବନେଶ୍ୱରର ଇନ୍ଦ୍ରଧନୁ ମାର୍କେଟ  first appeared on Sambad.

from କରୋନା | Sambad https://ift.tt/3nH5WP2