
ନୂଆଦିଲ୍ଲୀ: ଭାରତୀୟ ଔଷଧ କମ୍ପାନି ‘ପ୍ରେମାସ୍ ବାୟୋଟେକ୍’ କୋଭିଡ୍-୧୯ ଟିକାର ଏକ କ୍ୟାପ୍ସୁଲ୍ ପ୍ରସ୍ତୁତ କରୁଛି।
ଆମେରିକୀୟ କମ୍ପାନି ‘ଓରାମେଡ୍ ଫାର୍ମାସ୍ୟୁଟିକାଲ୍ସ୍’ ସହାୟତାରେ ଖାଇ ହେଉଥିବା ଏହି କୋଭିଡ୍-୧୯ ଟିକାର ପ୍ରସ୍ତୁତି କରୁଥିବା କଥା ‘ପ୍ରେମାସ୍ ବାୟୋଟେକ୍’ ମାର୍ଚ ୧୯ ତାରିଖରେ ଘୋଷଣା କରିଛି।
ଗୋଟିଏ ଡୋଜ୍ ଖାଇବା ପରେ ଏହି ଟିକାର ଫଳପ୍ରଦତା ସକାରାତ୍ମକ ହୋଇଥିବା ଜଣାପଡ଼ିଛି। ‘ପାଇଲଟ୍ ଷ୍ଟଡି’ ପାଇଁ ପ୍ରାଣୀମାନଙ୍କୁ ଖୁଆଯାଇଥିବା ‘ଓରାଫ୍ୟାକ୍ସ୍ କୋଭିଡ୍-୧୯’ ନାମକ ଏହି ଟିକାର ଫଳପ୍ରଦତା ଓ ସାମର୍ଥ୍ୟ ସମ୍ବନ୍ଧରେ ପ୍ରମାଣ ମିଳିଛି।
ନ୍ୟୁଟ୍ରାଲାଇଜିଙ୍ଗ୍ ଆଣ୍ଟିବଡ଼ି ‘ଆଇଜିଜି’ ଓ ‘ଆଇଜିଏ’ ଇମ୍ୟୁନ୍ ରେସ୍ପନ୍ସ୍ ଉତ୍ପାଦନ କରି ‘ଓରାଭ୍ୟାକ୍ସ୍’ ‘ସିଷ୍ଟମେଟିକ୍ ଇମ୍ୟୁନିଟି’ ବୃଦ୍ଧି କରାଇ ପାରୁଛି। ‘ଆଇଜିଜି’ ତଥା ‘ଆଇଜିଏ’ ଶ୍ୱାସକ୍ରିୟା ଏବଂ ଅନ୍ତଃନଳୀକୁ ସଂକ୍ରମଣରୁ ସୁରକ୍ଷା ଦିଏ।
‘ପ୍ରୋଟିନ୍’ ଆଧାରିତ ଏହି ଟିକା କରୋନାଭାଇରସ୍ର ତିନୋଟି ଅଂଶରୁ (‘ସ୍ପାଇକ୍ ଏସ୍’, ‘ମେମ୍ବ୍ରେନ୍ ଏମ୍’ ଏବଂ ‘ଏନ୍ଭଲପ୍ ଇ’) ସୁରକ୍ଷା ଦେବ।
୨୦୨୧ ବର୍ଷର ଦ୍ୱିତୀୟ ‘ତିନି ମାସ’ ମଧ୍ୟରେ ଏହି କ୍ୟାପ୍ସୁଲ୍ ଟିକାର ନୈଦାନିକ ପରୀକ୍ଷା କରାଯିବ।
The post କୋଭିଡ୍-୧୯ ଟିକାର କ୍ୟାପ୍ସୁଲ୍ ପ୍ରସ୍ତୁତ କରୁଛି ଭାରତୀୟ ଔଷଧ କମ୍ପାନି first appeared on Sambad.from କରୋନା | Sambad https://ift.tt/3f8YSbL
0 Comments