ଭୁବନେଶ୍ୱର: ଫିକା ପଡ଼ିବ ହୋଲି ଓ ଦୋଳ ମେଳଣ। ରାଜଧାନୀରେ କୋଭିଡ୍ କଟକଣାରେ ପାଳନ ହେବ ଦୋଳ ପୂର୍ଣ୍ଣିମା। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଦୋଳ ଯାତ୍ରାରେ ସର୍ବାଧିକ ୬ଜଣ ବ୍ୟକ୍ତିଙ୍କୁ ଅନୁମତି ମିଳିବ। ଯାତ୍ରାରେ ସାମିଲ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଦୋଳ ବିମାନ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲଗାଯାଇଛି।
ଦୋଳ ବିମାନ ଗଲାବେଳେ କୌଣସି ପ୍ରକାରର ବାଦ୍ୟଯନ୍ତ୍ର ବାଜି ପାରିବନି। ମେଲଣ ପଡ଼ିଆରେ ୫୦ରୁ ୬୦ ଜଣଙ୍କୁ ଅନୁମତି ମିଳିବ। ମେଲଣ ପଡ଼ିଆରେ ୬ ଫୁଟ୍ ଦୂରତା ବଜାୟ ରଖିବେ । କୋଭିଡ୍ କଟକଣାରେ ମନ୍ଦିରରେ ନୀତିକାନ୍ତି ପାଳନ କରାଯିବ। ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ୍ କଟକଣା ଭିତରେ ହୋଲି ଓ ମେଲଣ ଅନୁଷ୍ଠିତ ହେବ। ଗାଇଡଲାଇନ ଉଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁହାଯାଉଛି।
The post କୋଭିଡ କଟକଣାରେ ପାଳନ ହେବ ଦୋଳ ମେଲଣ: ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି first appeared on Sambad.from କରୋନା | Sambad https://ift.tt/3cPtdJu
0 Comments