ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବଢ଼ିବା ପରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଏଥିନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଆରମ୍ଭ ହୋଇଛି। କୋଭିଡ ସ୍ଥିତି ନେଇ ଚାଲିଛି ଏହି ଉଚ୍ଚସ୍ତରୀୟ ବୈଠକ। ଏଥିରେ ଏସଆରସି, ସ୍ୱାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବା ଜଣାଯାଇଛି। ଭିଡିଓ କନଫରେନ୍ସିଂରେ ଜିଲ୍ଲାପାଳଙ୍କ ସହ ମଧ୍ୟ ଏଥିରେ ଆଲୋଚନା ଚାଲିଛି।

କରୋନ ସଂପର୍କିତ ଗାଇଡଲାଇନକୁ କିଭଳି କଡ଼ାକଡ଼ି ଭାବେ ପାଳନ କରାଯିବ, କିଭଳି ସଂକ୍ରମଣକୁ ନିୟନ୍ତ୍ରଣ କରାଯିବ ସେନେଇ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରାଯାଉଛି। କିଛି ମାସ ବ୍ୟବଧାନ ପରେ ଆଜି ରାଜ୍ୟରେ ସର୍ବାଧିକ ୧୪୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଧୀରେ ଧୀରେ କରୋନା କାୟା ବିସ୍ତାର କରୁଥିବାରୁ ରାଜ୍ୟ ସରକାର ଏନେଇ ସତର୍କତା ଅବଲମ୍ବନ କରିଛନ୍ତି ।

The post ସଂକ୍ରମଣ ବଢ଼ିବା ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ first appeared on Sambad.

from କରୋନା | Sambad https://ift.tt/3vR1q3V