
ଭୁବନେଶ୍ବର: ଜାଭିଅର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଭୁବନେଶ୍ବର (ଏକ୍ସଆଇଏମବି) କ୍ୟାମ୍ପସରୁ ବହୁସଂଖ୍ୟକ କରୋନା ସଂକ୍ରମିତ ହୋଇଥିବା ସୂଚାଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏହାକୁ ସିଲ୍ କରାଯାଇଥିଲା। ବର୍ତ୍ତମାନ ସେଠାରୁ ୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଏଥିସହ ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତଙ୍କର କଣ୍ଟାକ୍ଟ ଟ୍ରେସିିଂ କରାଯାଇଥିବା ସହ ଟ୍ରାଭେଲ ହିଷ୍ଟ୍ରି ଜଣାପଡିଥିବା ନେଇ ସ୍ପଷ୍ଟ କରିଛନ୍ତି ଏସଆରସି ।
ଆଜି ସକାଳେ ଭୁବନେଶ୍ୱରର ଏକ୍ସଆଇଏମବିରେ ବହୁ ସଂଖ୍ୟାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ପୂରା କ୍ୟାମ୍ପସକୁ ବିଏମସି ପକ୍ଷରୁ ସିଲ୍ କରାଯାଇଛି। ଏପରିକି ଉକ୍ତ ଶିକ୍ଷାନୁଷ୍ଠାନକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି । କ୍ୟାମ୍ପସ ଭିତରୁ କେହି ବାହାରକୁ ଆସିପାରିବେନି ଏବଂ କ୍ୟାମ୍ପସ ଭିତରକୁ ମଧ୍ୟ କେହି ବାହାର ଲୋକ ପ୍ରବେଶ କରିପାରିବେନି ବୋଲି କୁହାଯାଇଛି । ବିଏମସି ଅଧିକାରୀଙ୍କ ବିନା ଅନ୍ୟ କାହାକୁ କ୍ୟାମ୍ପସ ଭିତରକୁ ପ୍ରବେଶ ଅନୁମତି ଦିଆଯାଇନାହିଁ । ଜରୁରୀ ସାମଗ୍ରୀ ଓ ଔଷଧ ବିଏମସି ପକ୍ଷରୁ ଯୋଗାଇ ଦିଆଯିବା ବ୍ୟବସ୍ଥା ହୋଇଛି।
ଅନ୍ୟପକ୍ଷରେ ଶିକ୍ଷାନୁଷ୍ଠାନରେ ଥିବା ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କର କରୋନା ଟେଷ୍ଟ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ଗୋଟିଏ ହଷ୍ଟେଲରେ ସଙ୍ଗରୋଧରେ ରଖାଯିବ । କୌଣସି ଜରୁରୀକାଳୀନ ମେଡିକାଲ ସେବା ପାଇଁ ବିଏମସିର ହେଲ୍ପଲାଇନକୁ ଫୋନ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
The post ସାମ୍ନାକୁ ଆସିଲା ଏକ୍ସଆଇଏମବିରେ ସଂକ୍ରମିତଙ୍କ ସଂଖ୍ୟା, ୪୫ ଜଣ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ କଲେ ଏସଆରସି first appeared on Sambad.from କରୋନା | Sambad https://ift.tt/3seUgEw
0 Comments