ମୁମ୍ବାଇ : ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରେ ସ୍କୁଲ୍‌ ଓ ହଷ୍ଟେଲ୍‌ମାନଙ୍କରେ ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢ଼ୁଛି। ପଲଘର ଜିଲ୍ଲାରେ ୩ଟି ଘରୋଇ ସ୍କୁଲ୍‌ରେ ୭୯ ସ୍କୁଲ୍‌ ଛାତ୍ର ଏବଂ ଶିକ୍ଷକ ସଂକ୍ରମିତ ହୋଇଛନ୍ତି। ସେହିପରି ଲାଟୁର ଜିଲ୍ଲାରେ ଗତକାଲି ଏକ ହଷ୍ଟେଲ୍‌ରେ ୪୪ ଛାତ୍ର ସଂକ୍ରମିତ ହୋଇଛନ୍ତି। ଏହି ସମାନ ହ‌ଷ୍ଟେଲ୍‌ରେ ଗତ ଫେବ୍ରୁଆରିରେ ୪୭ ଜଣ ସଂକ୍ରମିତ ହୋଇଥିଲେ। ମହାରାଷ୍ଟ୍ରର ୱାସିମ୍‌ ଜିଲ୍ଲାରେ ଗତ ଫେବ୍ରୁଆରିରେ ଏକ ଘରୋଇ ସ୍କୁଲ୍‌ର ୨୨୯ ଛାତ୍ର କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ହଷ୍ଟେଲ୍‌ ସିଲ୍‌ କରାଯାଇଥିଲା ଏବଂ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଥିଲା। ଉପରୋକ୍ତ ସ୍କୁଲ୍‌ ଏବଂ ହଷ୍ଟେଲ୍‌ ଗୁଡ଼ିକ ଏବେ ସଂକ୍ରମଣ କ୍ଷେତ୍ର ପାଲଟିଛି। ସେହିପରି ବିଭିନ୍ନ ମନ୍ଦିର ଏବଂ ଧାର୍ମିକସ୍ଥଳଗୁଡ଼ିକରେ ବି ସଂକ୍ରମଣ ମାମଲା ରିପୋର୍ଟ କରାଯାଇଛି।

The post ସ୍କୁଲ୍‌, ହଷ୍ଟେଲ୍‌ରେ ବଢ଼ୁଛି ସଂକ୍ରମଣ first appeared on Sambad.



from କରୋନା – Sambad https://ift.tt/3crkmNR