ନୂଆଦିଲ୍ଲୀ : ୨୦୨୦ ମାର୍ଚ୍ଚ ୧୨ ତାରିଖରେ ଦେଶରେ ପ୍ରଥମ କୋଭିଡ୍‌ ମୃତ୍ୟୁ ହୋଇଥିଲା। ସାଉଦି ଆରବରୁ ଫେରିଥିବା ଜଣେ ୭୬ ବର୍ଷୀୟ ବ୍ୟକ୍ତିଙ୍କର ପ୍ରଥମେ କରୋନାରେ ମୃତ୍ୟୁ ହୋଇଥିଲା। ‌ଇତି ମଧ୍ୟରେ ଦେଶରେ ପ୍ରଥମ କୋଭିଡ୍‌ ମୃତ୍ୟୁକୁ ବର୍ଷେ ପୂରିଯାଇଛି କିନ୍ତୁ ବର୍ଷକ ମଧ୍ୟରେ ଦେଶରେ କରୋନା ମୃତ୍ୟୁ ନିୟନ୍ତ୍ରଣରେ ରହିଛି। ଏଯାବତ୍‌ ଦେଶରେ ମୋଟ୍‌ ୧,୫୮,୩୨୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଯେଉଁ ପରିମାଣରେ ଲୋକଙ୍କର କରୋନାରେ ମୃତ୍ୟୁ ହେବ ବୋଲି ଆଶଙ୍କା କରାଯାଉଥିଲା ତାହା ହୋଇନାହିଁ।

The post ‌ଦେଶରେ ପ୍ରଥମ କୋଭିଡ୍‌ ମୃତ୍ୟୁକୁ ବର୍ଷେ first appeared on Sambad.



from କରୋନା – Sambad https://ift.tt/3veW2Yl