ନୂଆଦିଲ୍ଲୀ : ଜନସଂଖ୍ୟା ଏବଂ ଆକାର ଦୃଷ୍ଟିରୁ ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ବହୁତ ଭଲ ସ୍ଥିତିରେ ଅଛି। ରାଜ୍ୟ ସରକାର କରୋନା ନିୟନ୍ତ୍ରଣ ପାଇ ରଣନୀତି କାର୍ଯ୍ୟକାରୀ କରିବା ନିମନ୍ତେ ଯେଉଁ ଟିମ୍‌-୧୧ ଗଠନ କରିଛନ୍ତି ତାହା ବେଶ ପ୍ରଭାବଶାଳୀ ଢଙ୍ଗରେ କାମ କରୁଛି ଏବଂ ପ୍ରତି ସପ୍ତାହରେ ସ୍ଥିତି ସମୀକ୍ଷା କରି ନୂଆ ନୂଆ ରଣନୀତି ଲାଗୁ କରୁଛି। ଭାରରସ୍‌ ବାହକଙ୍କୁ ଚିହ୍ନଟ କରିବା ପାଇଁ ୧ ଲକ୍ଷରୁ ଅଧିକ କର୍ମୀ ଅହରହ କାମ କରୁଛନ୍ତି ଏବଂ ସେମାନେ ୩.୧୨ କୋଟି ପରିବାରର ସର୍ଭେ ସଂପୂର୍ଣ୍ଣ କରି‌ସାରିଲେଣି। ଟେଷ୍ଟିଂ କ୍ଷେତ୍ରରେ ମଧ୍ୟ ୟୁପି ଯଥେଷ୍ଟ ଆଗରେ ରହିଛି। ଏଠାରେ ୩.୨ କୋଟିରୁ ଅଧିକ ଲୋକଙ୍କ ଟେଷ୍ଟିଂ ହୋଇଛି। ଟେଲି ମେଡିସିନ ସେବା ଏବଂ ‘ହେଲୋ ଡାକ୍ତର’ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଯେଉଁ ସହାୟତା ମିଳୁଛି ତାହା ମଧ୍ୟ କରୋନା ନିୟନ୍ତ୍ରଣରେ ବିଶେଷ ସହାୟକ ହୋଇଛି।

The post ଉତ୍ତରପ୍ରଦେଶ କରୋନାକୁ ରୋକିଛି କେମିତି? first appeared on Sambad.

from କରୋନା | Sambad https://ift.tt/3vJftsw