
ସାଓ ପଲୋ : ବ୍ରାଜିଲ୍ରେ ଦୈନିକ କରୋନା ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ବ୍ରାଜିଲ୍ରେ ଦୈନିକ ୨ ହଜାରରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହେଉଛି। କେବଳ ଗତ ମାସରେ ୪୫ ହଜାରରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ବ୍ରାଜିଲ୍ରେ ଅଣାୟତ୍ତ ସ୍ଥିତି ଉପୁଜିଥିବା ବେଳେ ବ୍ରାଜିଲ୍ ରାଷ୍ଟ୍ରପତି ଜେଆର୍ ବଲ୍ସୋନାରୋ କହିଛନ୍ତି, ତାଙ୍କ ବିରୋଧରେ ବ୍ୟକ୍ତିଗତ ଭାବେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ବୁଧବାର ବ୍ରାଜିଲ୍ରେ ୯୦,୩୦୩ ନୂଆ ମାମଲା ଥିଲା। ମହାମାରୀ ଆରମ୍ଭ ହେବାଠାରୁ ଏହା ସର୍ବାଧିକ ଦୈନିକ ସଂକ୍ରମଣ ମାମଲା। ଗତକାଲି ବ୍ରାଜିଲ୍ରେ ୮୭ ହଜାରୁ ଅଧିକ ନୂଆ ସଂକ୍ରମଣ ମାମଲା ଥିଲା ଏବଂ ୨୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ବ୍ରାଜିଲ୍ରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରୁ ହସ୍ପିଟାଲ୍ ବେଡ୍ର ଅଭାବ ଦେଖାଦେଇଛି। ଉପକୂଳ ସହର ରିଓ ଡେ ଜେନେରୋରେ ୯୫ ପ୍ରତିଶତ ଆଇସିୟୁ ବେଡ୍ ଭର୍ତ୍ତି ଅଛି।
The post ବ୍ରାଜିଲ୍ରେ ଅଣାୟତ୍ତ ସ୍ଥିତି, ଦିନକୁ ୨ ହଜାରରୁ ଅଧିକ କରୋନା ମୃତ୍ୟୁ first appeared on Sambad.from କରୋନା | Sambad https://ift.tt/3cMRakM
0 Comments