ଭୁବନେଶ୍ବର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହୋଲି ପାଇଁ ଗାଇଡଲାଇନ ଜାରି କରାଯାଇଛି। ଚଳିତ ବର୍ଷ ହୋଲି ଘରେ ରହି ପାଳନ କରିବାକୁ କୁହାଯାଇଛି। ହୋଲି କଟକଣାକୁ ନେଇ ପୁଲିସ କମିସନରଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନିୟମ ଭାଙ୍ଗି ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ ହେବ।
ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ହୋଲି ଖେଳନ୍ତୁ। କମିସନରେଟ୍ ପୁଲିସ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ହୋଲି ନାଁରେ ପ୍ରୋସେସନ ନ କରିବାକୁ ଦ୍ବୈତ ନଗରବାସୀଙ୍କୁ ପରାମର୍ଶ ଦେଇଛନ୍ତି। ସଂକ୍ରମଣ ବଢ଼ୁଥିବାରୁ ସଚେତନ କରୁଛୁ, ଏବେ କାର୍ଯ୍ୟାନୁଷ୍ଠାନ ହେବ। ଅମାନିଆଙ୍କ ଉପରେ ପୁଲିସ ନଜର ରଖିଛି। ପ୍ରଥମେ ଯେମିତି ସହଯୋଗ କରୁଥିଲେ, ସେମିତି ସହଯୋଗ ପାଇଁ ବି ନିବେଦନ କରିଛନ୍ତି ପୁଲିସ କମିସନର।
The post କଟକଣା ଭିତରେ ହୋଲି ପାଳିବାକୁ ଦ୍ବୈତ ନଗରବାସୀଙ୍କୁ ପରାମର୍ଶ ଦେଲେ ପୁଲିସ କମିସନର first appeared on Sambad.from କରୋନା | Sambad https://ift.tt/3d3OgIm
0 Comments