ଭୁବନେଶ୍ବର: କରୋନା ଦ୍ବିତୀୟ ଷ୍ଟ୍ରେନ୍ ୧୦୦ ଦିନ ରହିବା ନେଇ ଏସବିଆଇର ଆକଳନ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ଏହି ଆକଳନକୁ ଆମେ ଗ୍ରହଣ କରିନୁ। କେଉଁ ଆଧାରରେ ଆକଳନ ହୋଇଛି ତାହା ଜଣାନାହିଁ। ତା’ଛଡ଼ା ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କିମ୍ବା ହୁ ପକ୍ଷରୁ କିଛି ସୂଚନା ଆସିନାହିଁ।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ସଂକ୍ରମଣ ବଢ଼ୁଥିବାରୁ ଆମକୁ ସଜାଗ ରହିବାକୁ ପଡ଼ିବ। କଟକ, ଭୁବନେଶ୍ୱର, ନୂଆପଡ଼ା ଓ ସୁନ୍ଦରଗଡ଼ ଭଳି କିଛି ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସୀମାବର୍ତ୍ତୀ ଜିଲ୍ଲା ହୋଇଥିବାରୁ ରାଜ୍ୟ ବାହାରୁ ଅନେକ ଲୋକ ପ୍ରବେଶ କରୁଥିବା ହେତୁ ସୁନ୍ଦରଗଡ଼ ଓ ନୂଆପଡ଼ା ଉପରେ ତୀକ୍ଷ୍ଣ ନଜର ରହିଛି। ଏନେଇ ଲୋକଙ୍କୁ ସଚେତନ କରାଯାଉଛି।ମୁଖ୍ୟତଃ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅଧିକ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିଲାଗି ସମସ୍ତ ପ୍ରକାର ଯାନିଯାତ୍ରା, ଉତ୍ସବ, ବିବାହ ଆଦିରେ ସରକାର କଟକଣା ଲଗାଇଛନ୍ତି।
ଆଜି ଟିକାକରଣକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏଥିରେ ରାଜ୍ୟରେ ଦୈନିକ ୧୦ ହଜାର ଆରଟିପିସିଆର୍ ଟେଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

The post ରାଜ୍ୟରେ ଦୈନିକ ୧୦ ହଜାର ଆରଟିପିସିଆର୍ ଟେଷ୍ଟ କରାଯିବ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ first appeared on Sambad.

from କରୋନା | Sambad https://ift.tt/3roBNEc