ଭୁବନେଶ୍ବର: ଦ୍ବିତୀୟ ଲହରି କରୋନା ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାର ଆଗାମୀ ପର୍ବପର୍ବାଣିରେ କେତେକ କଟକଣା ଲଗାଇଛନ୍ତି। ସର୍ବସାଧାରଣ ସ୍ଥାନରେ ଗୁଡ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଦଣ୍ଡ ଯାତ୍ରା, ଝାମୁ ଯାତ୍ରା ଓ ‘ଶ୍ରୀରାମ ନବମୀ ଆଦି ପାଳନ ଉପରେ କଟକଣା ଲଗାଯାଇଛି। ଏହି ପର୍ବ ସମୟରେ ମନ୍ଦିର ଓ ଗୀର୍ଜାରେ ଗହଳି ନ କରିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର ପରାମର୍ଶ ଦେଇଛନ୍ତି।
ସ୍ଥାନୀୟ ପରିସ୍ଥିତିକୁ ଦେଖି କେତେ ଶ୍ରଦ୍ଧାଳୁ ମନ୍ଦିର ବା ଗୀର୍ଜା ଯାଇପାରିବେ ତାହା ଜିଲ୍ଲାପାଳ ଏବଂ ପୌର କମିସନର ନିର୍ଦ୍ଧାରଣ କରିବା ସହ ଆବଶ୍ୟକ କଟକଣା ଲଗାଇପାରିବେ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନର ସୂଚନା ଦେଇଛନ୍ତି। ତେବେ ମନ୍ଦର ଓ ଗୀର୍ଜାରେ ନୀତି ଅନୁଯାୟୀ ଦେବନୀତି ଅନୁଷ୍ଠିତ ହେବାରେ କୌଣସି ପ୍ରତିବନ୍ଧକ ନାହିଁ। କେନ୍ଦ୍ର ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି।

The post ପର୍ବପର୍ବାଣି ପାଳନକୁ ନେଇ କଟକଣା: ଗହଳି ନ କରିବାକୁ ପରାମର୍ଶ first appeared on Sambad.

from କରୋନା | Sambad https://ift.tt/3clUiVu