
ନୂଆଦିଲ୍ଲୀ : କରୋନା ସଂକ୍ରମଣ ଲଗାତାର ବଢ଼ି ଚାଲିଥିବାରୁ କେନ୍ଦ୍ର ସରକାର ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସଂକ୍ରମଣ ରୋକିବା ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ୧୨ଟି ରାଜ୍ୟର ଅଧିକାରୀମାନଙ୍କ ସହ ଏକ ବୈଠକ କରିଛନ୍ତି। ସଂକ୍ରମଣ ନିୟନ୍ତ୍ରଣକୁ ଆଣିବା ଦିଗରେ କେନ୍ଦ୍ର ସରକାର ରାଜ୍ୟମାନଙ୍କ ପାଇଁ ପଂଚସୂତ୍ରୀ କଣ୍ଟେନମେଣ୍ଟ୍ ରଣନୀତି ପ୍ରସ୍ତୁତ କରିଛନ୍ତି। ଦେଶରେ ସାପ୍ତାହିକ ସଂକ୍ରମଣ ଲଗାତାର ବଢ଼ୁଛି ବୋଲି ସରକାର ରାଜ୍ୟମାନଙ୍କୁ ସୂଚନା ଦେଇଛନ୍ତି। ଗତବର୍ଷ ମେ’ ପରେ ଦେଶରେ ଉଭୟ ସାପ୍ତାହିକ କରୋନା ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ବଢ଼ିଛି। ଚଳିତ ମାସରେ ୪୫ ଜିଲ୍ଲାରୁ ୭୧ ପ୍ରତିଶତ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୬୯ ପ୍ରତିଶତ କରୋନା ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ରର ୩୬ ଜିଲ୍ଲାରୁ ୨୫ଟି ଜିଲ୍ଲା ଗୁରୁତର ପ୍ରଭାବିତ ହୋଇଛି। ଦେଶରେ ଚିହ୍ନଟ ହୋଇଥିବା ନୂଆ ମାମଲାର ପ୍ରାୟ ୬୦ ପ୍ରତିଶତ କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି। କେନ୍ଦ୍ର ସରକାର କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟମାନ ପାଇଁ ଯେଉଁ ପଂଚସୂତ୍ରୀ କଣ୍ଟେନମେଣ୍ଟ୍ ରଣନୀତି ପ୍ରସ୍ତୁତ କରିଛନ୍ତି ତାହା ହେଲା- ଟେଷ୍ଟିଂ ବୃଦ୍ଧି, ସଠିକ୍ ଆଇସୋଲେସନ୍ ଏବଂ କଣ୍ଟାକ୍ଟ ଟ୍ରେସିଂ, ସ୍ବାସ୍ଥ୍ୟ ସମ୍ବଳର ଉପଯୁକ୍ତ ବିନିଯୋଗ, କରୋନା ନିୟମାବଳିର ପାଳନ ଏବଂ ଉପଲବ୍ଧ ଥିବା ଟିକାର ପୂର୍ଣ୍ଣ ବ୍ୟବହାର।
The post ୧୨ ରାଜ୍ୟ ସହ ସ୍ବାସ୍ଥ୍ୟ ସଚିବଙ୍କ ଆଲୋଚନା: କେନ୍ଦ୍ରର ପଂଚସୂତ୍ରୀ କଣ୍ଟେନମେଣ୍ଟ୍ ରଣନୀତି first appeared on Sambad.from କରୋନା | Sambad https://ift.tt/3dhCzhv
0 Comments